ଫୁଲବାଣୀ ଡାକ୍ତରଖାନାରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ

ଫୁଲବାଣୀ ଡାକ୍ତରଖାନାରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ

ଫୁଲବାଣୀ ଡାକ୍ତରଖାନାରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ
ଫୁଲବାଣୀ: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କରୋନା ସନ୍ଦିଗ୍ଧ ଯୁବକ ଚମ୍ପଟ ମାରିଛନ୍ତି । ବାଲିଗୁଡ଼ା ଅଞ୍ଚଳର ଏହି ଯୁବକ ଜଣକ କେରଳରେ କାମ କରୁଥିଲେ । ଥଣ୍ଡା ଓ ଜ୍ୱର ଲାଗି ରହିବାରୁ ସେ ନିକଟରେ ଘରକୁ ପଳାଇ ଆସିଥିଲେ ଓ ଘରୋଇ ଚିକିତ୍ସା ପରେ ଦେହ ଭଲ ନ ହେବାରୁ ନିଜେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତରଙ୍କ ସ୍ୱତନ୍ତ୍ର ଦେଖାଶୁଣାରେ ରହି ଚିକିତ୍ସିତ ହେଉଥିବା ଯୁବକ ଜଣକ କାହାରିକୁ କିଛି ନ ଜଣାଇ ବିଳମ୍ବିତ ରାତିରେ କେଉଁ ଆଡ଼େ ପଳାଇ ଯାଇଥିଲେ । ସୋମବାର ସକାଳେ ଏହା ଜଣାପଡ଼ିବା ପରେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ଯୁବକ ଜଣଙ୍କୁ ଠାବ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛି ।