ଫିଫା ବିଶ୍ୱକପ ହାରିବା ପରେ ଫ୍ରାନ୍ସରେ ହିଂସା

ଫିଫା ବିଶ୍ୱକପ ହାରିବା ପରେ ଫ୍ରାନ୍ସରେ ହିଂସା

ଫିଫା ବିଶ୍ୱକପ ହାରିବା ପରେ ଫ୍ରାନ୍ସରେ ହିଂସା

ନୂଆଦିଲ୍ଲୀ: ବିଶ୍ୱକପ୍ ଫାଇନାଲ ହାରିବା ପରେ ଫ୍ରାନ୍ସରେ ଭୟଙ୍କର ହିଂସା । ବିଭିନ୍ନ ସହରରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଫ୍ରାନ୍ସର ସମର୍ଥକମାନେ ରାସ୍ତାରେ ପୋଡାଜଳା କରିଥିଲେ ।
ରାସ୍ତାରେ ଯାଉଥିବା ଗାଡିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ବାଧ୍ୟହୋଇ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା ।

ଆର୍ଜେଣ୍ଟିନା ୩୬ ବର୍ଷ ପରେ ଫିଫା ବିଶ୍ବକପ ଟ୍ରଫି ଫେରିପାଇଛି। ୧୯୭୮, ୧୯୮୬ ପରେ ଆର୍ଜେଣ୍ଟିନା ୩ୟ ଥର ପାଇଁ ବିଶ୍ବକପ ମୁକୁଟ ପିନ୍ଧିଛି। ମେସି ପ୍ରଥମ ଥର ପାଇଁ ବିଶ୍ବକପ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି। ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଲୁସାଇଲର ଆଇକନିକ୍‌ ଷ୍ଟାଡ଼ିୟମ ଆର୍ଜେଣ୍ଟିନା ଓ ଫ୍ରାନ୍‌ସର ଜାତୀୟ ପତାକାରେ ଛାଇ ଯାଇଥିଲା। ସାରା ବିଶ୍ବର ଫୁଟବଲ ପ୍ରେମୀଙ୍କ ନଜର ଏହି ହାଇଭୋଲଟେଜ ଫାଇନାଲ ଉପରେ ରହିଥିଲା। ଫ୍ରାନ୍‌ସ ନା ଆର୍ଜେଣ୍ଟିନା; କିଏ ୩ଥର ପାଇଁ ବିଶ୍ବକପ ଜିତିବ ତାହାକୁ ନେଇ ମ୍ୟାଚ ପୂର୍ବରୁ ଉତ୍କଣ୍ଠା ବଢିବାରେ ଲାଗିଥିଲା। ଫିଫା ମାନ୍ୟତାର ୪ର୍ଥ ସ୍ଥାନରେ ଥିବା ଫ୍ରାନ୍‌ସ ଓ ୩ୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ଭିତରୁ କିଏ ଚମ୍ପିଆନ ହେବ; ତାହାକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନା ଫ୍ରାନ୍‌ସ ଉପରେ ଭାରି ପଡିଥିଲା। ଆର୍ଜେଣ୍ଟିନା ବିଶ୍ବକପର ପ୍ରଥମ ମ୍ୟାଚରେ ଏସୀୟ ରାଷ୍ଟ୍ର ସାଉଦିଆରବ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିଲା। ପରାଜୟରୁ ବିଶ୍ବକପ ଆରମ୍ଭ କରିଥିବା ଆର୍ଜେଣ୍ଟିନା ଚମ୍ପିଆନ ସହ ଅଭିଯାନ ଶେଷକରିଛି।