ପ୍ରେସ ଗ୍ୟାଲେରିରେ ବସିପାରନ୍ତି ବିଧାୟକ

ପ୍ରେସ ଗ୍ୟାଲେରିରେ ବସିପାରନ୍ତି ବିଧାୟକ

ପ୍ରେସ ଗ୍ୟାଲେରିରେ ବସିପାରନ୍ତି ବିଧାୟକ
-ଏମିତି ହେଲେ ବିଧାନସଭା ଯାଇପାରିବେନି ଗଣମାଧ୍ୟମ ପ୍ରତିନିଧି ଓ ଦର୍ଶକ ଭୁବନେଶ୍ୱର: କରୋନା ସଂକ୍ରମଣ ଓଡ଼ିଶାରେ ଆରମ୍ଭ ହେବା ମାତ୍ରେ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ବିଧାନସଭାର ଅଧିବେଶନକୁ ବନ୍ଦ କରିଦିଆଯାଇଥିଲା । ବିଧାନସଭାରେ ଥିବା ମେଡିକାଲକୁ ଜଣେ କରୋନା ଆକ୍ରାନ୍ତ ମଧ୍ୟ ଆସିଥିଲେ । ଯେଉଁଥି ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନିକଟରେ ବିଧାନସଭାର କମିଟି ବୈଠକକୁ ମଧ୍ୟ ବାଚସ୍ପତି ବାତିଲ କରିଦେଇଥିଲେ । ତେବେ ବର୍ତ୍ତମାନ ବିଧାନସଭା ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାର୍ଚ୍ଚରେ ବସିଥିଲା, ଆଇନ ଅନୁସାରେ ୬ ମାସରେ ପୁଣି ବସିବା କଥା । ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି । ସେପ୍ଟେମ୍ବରରେ ଅଧିବେଶନ ଜରୁରୀ । ଏନେଇ ଲୋକସଭା ବାଚସ୍ପତିଙ୍କ ସହ ଯୋଗାଯୋଗରେ ଅଛି । ସଂସଦ ନିୟମାନୁସାରେ ସଦସ୍ୟଙ୍କ ମଧ୍ୟରେ ୧୦ ଫୁଟ ଦୂର ଜରୁରୀ । ବିଧାନସଭା ଭିତର ସହ ପ୍ରେସ ଓ ଦର୍ଶକ ଗ୍ୟାଲେରିରେ ଦୂରତ୍ୱ ରହି ପାରିବ । ଏମିତି ହେଲେ ଗଣମାଧ୍ୟମ ଓ ଦର୍ଶକ ବିଧାନସଭା ଯାଇପାରିବେ ନାହିଁ । ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବୁ । ପରାମର୍ଶ ଅନୁସାରେ ଯାହା ନିଷ୍ପତ୍ତି ହେବ, ସେ ଅନୁଯାୟୀ ଅଧିବେଶନ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।