ପ୍ରେମିକା ପାଇଁ ଦୁଇ ପ୍ରେମିକ ପିଟାପିଟି
ପ୍ରେମିକା ପାଇଁ ଦୁଇ ପ୍ରେମିକ ପିଟାପିଟି
ଭୁବନେଶ୍ୱର: ଜଣେ ପ୍ରେମିକାକୁ ଦୁଇ ପ୍ରେମିକ। ରାଜରାସ୍ତାରେ ପିଟାପିଟି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହା ହୋଇଛି ଚର୍ଚ୍ଚାର ବିଷୟ। ଡମଣା ଛକରେ ଘଟିଥିବା ଏହି ସଂଘର୍ଷରେ ଜଣେ ପ୍ରେମିକ ଲୁହାରଡ ମାଡ଼ରେ ରକ୍ତାକ୍ତ ହୋଇଥିଲେ ବି ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇନାହିଁ। ମାତ୍ର ଏହି ସଂଘର୍ଷର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ସରଗରମ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ସୂଚନା ମୁତାବକ, ଡମଣା ଛକରେ ଯୁବତୀଙ୍କ ସହ ତାଙ୍କ ପ୍ରେମିକ ବୁଲୁଥିଲେ । ହଠାତ୍ ଅନ୍ୟ ଜଣେ ଯୁବକ ସେଠାରେ ପହଞ୍ଚି ଉଭୟଙ୍କୁ ଗାଳିମନ୍ଦ କରିଥିଲେ । ଗାଳି କରୁଥିବା ଯୁବକଜଣକ ବି ଯୁବତୀଙ୍କ ପ୍ରେମିକ ବୋଲି ଦାବି କରିଥିଲା । ଏହାକୁ ନେଇ ଦୁଇ ଯୁବକ ହାତାହାତି ହୋଇଥିଲେ । ତେବେ ପରେ ଆସିଥିବା ଯୁବକ ଜଣକ ହଠାତ୍ ନିକଟସ୍ଥ ଏକ ଦୋକାନରୁ ଲୁହା ରଡ ଟାଣି ଆଣି ଆରଜଣକୁ ପିଟି ପକାଇଥିଲା । ଯୁବକଜଣକ ରକ୍ତାକ୍ତ ହୋଇ ତଳେ ପଡ଼ିଯିବା ପରେ ଆକ୍ରମଣକାରୀ ତାଙ୍କୁ ଛାଡ଼ି ଯୁବତୀଙ୍କୁ ପିଟିବା ଆରମ୍ଭ କଲା । କିନ୍ତୁ ଏଥର ଉପସ୍ଥିତ ଲୋକେ ଆଉ ସମ୍ଭାଳି ନଥିଲେ । ସେମାନେ ଲୁହା ରଡ ଧରିଥିବା ଯୁବକକୁ କାବୁ କରିଥିଲେ । ପରେ ଯୁବତୀଙ୍କ ଅନୁରୋଧକ୍ରମେ ଲୋକେ ସେମାନଙ୍କୁ ଛାଡ଼ି ଦେଇଥିଲେ ।




admin 