ପ୍ରେମ ପାଇଁ ହତ୍ୟା

ପ୍ରେମ ପାଇଁ ହତ୍ୟା

ପ୍ରେମ ପାଇଁ ହତ୍ୟା
ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ଭିଏସଏସ ନଗରରେ ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣକ ନୟାଗଡ଼ ସୁନାଖଳା ଅଞ୍ଚଳର ଅବକାଶ ପାଇରାୟ ବୋଲି ଜଣାଯାଇଛି । ସେ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ ଚାକିରି କରୁଥିଲେ । ପ୍ରେମ ସମ୍ପର୍କକୁ ନେଇ ସୃଷ୍ଟ ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି ।