ପ୍ରସାଧନ କମ୍ପାନୀ ଲରିଅଲ ବିରୋଧରେ ୫୭ଟି ମାମଲା ରୁଜୁ

ପ୍ରସାଧନ କମ୍ପାନୀ ଲରିଅଲ ବିରୋଧରେ ୫୭ଟି ମାମଲା ରୁଜୁ

ପ୍ରସାଧନ କମ୍ପାନୀ ଲରିଅଲ ବିରୋଧରେ ୫୭ଟି ମାମଲା ରୁଜୁ

ଫ୍ରାନ୍ସ : ଫ୍ରାନ୍ସର ପ୍ରସାଧନ କମ୍ପାନୀ ଲରିଅଲ ବିରୋଧରେ ୫୭ ଟି ମାମଲା ଦାୟର କରାଯାଇଛି । ଚିକାଗୋର ସଙ୍ଘୀୟ ଅଦାଲତରେ ଅଭିଯୋଗ କରାଯାଇଛି ଯେ, ଲରିଅଲ୍‌ ଏବଂ ଅନ୍ୟାନ୍ୟ ପ୍ରସାଧନ କମ୍ପାନୀଗୁଡିକ  କେଶକୁ ସିଧା ଏବଂ ନରମ କରିବା ପାଇଁ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି । ଏହିପରି ଉତ୍ପାଦ ଯୋଗୁଁ କର୍କଟ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଅଛି । 

ଏହି ମାମଲାରେ ଦାବି କରାଯାଇଛି ଯେ, ପ୍ରସାଧନ କମ୍ପାନୀ ଏହି ଉତ୍ପାଦ ବ୍ୟବହୃତ ବିପଦଜନକ ରାସାୟନିକ ପଦାର୍ଥର କ୍ଷତି ବିଷୟରେ ଜାଣିଥିଲେ, କିନ୍ତୁ ଏହା ସତ୍ୱେ ସେ ବିକ୍ରୟ ଜାରି ରଖିଥିଲେ । ଆମେରିକାର ଜିଲ୍ଲା ବିଚାରପତି ମେରି ରୋଲେଣ୍ଡ ପ୍ରସାଧନ କମ୍ପାନୀଗୁଡିକ ବ୍ୟବହାର କରୁଥିବା ରାସାୟନିକ ପଦାର୍ଥର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁସବୁ କମ୍ପାନୀ ବିରୋଧରେ ଅଭିଯୋଗ ଆସିଛି ସେଗୁଡିକ ମଧ୍ୟରେ ଲରିଅଲ ଏସଏ ର ଆମେରିକୀୟ ସହାୟକ କମ୍ପାନୀ , ଭାରତର ସ୍ଥିତ କମ୍ପାନୀ ଗୋଦରେଜ ସୋନ ହୋଲ୍ଡିଂସ୍‌ ଇଂକ ଏବଂ ଡାବର ଇଣ୍ଟରନ୍ୟାସନାଲ ଲିମିଟେଡ୍‌ର ସହାୟକ କମ୍ପାନୀର ପ୍ରତିନିଧିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି  । ଅପରପକ୍ଷରେ ଲରିଅଲ କମ୍ପାନୀ କହିଛି ଯେ କମ୍ପାନୀ ବିରୁଦ୍ଧରେ ହୋଇଥିବା  ଅଭିଯୋଗ ଭିତ୍ତିହୀନ ଓ  ଆମ କମ୍ପାନୀର ଉତ୍ପାଦରେ କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ନାହିଁ ବୋଲି ମଧ୍ୟ ଲରିୟଲ ପକ୍ଷରୁ କୁହାଯାଇଛି ।