ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ୧୪୪ ଧାରା ଜାରି

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ୧୪୪ ଧାରା ଜାରି

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ୧୪୪ ଧାରା ଜାରି
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ୧୪୪ ଧାରା ଜାରି କରାଯାଇଛି । କାଲି ଦିନ ୧୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ପ୍ରଦାନ କରିଛନ୍ତି । ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଧାରା ଜାରି କରାଯାଇଛି । କେବଳ କୋଭିଡ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ । ରଥଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା କୋଠାରେ ବି ଲୋକ ରହିବା ମନା କରାଯାଇଛି । ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ , ୫୦ ଅଫିସର ମୁତୟନ ହେବେ । ଶାନ୍ତି ଶୃଙ୍ଖଳା ସହ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ହେବ ବୋଲି ସିପି କହିଛନ୍ତି ।