ପ୍ରବାସୀଙ୍କ ପ୍ରବେଶ ନିଷେଧ ।

ପ୍ରବାସୀଙ୍କ ପ୍ରବେଶ ନିଷେଧ ।

ପ୍ରବାସୀଙ୍କ ପ୍ରବେଶ ନିଷେଧ ।
ଲକଡାଉନ ସମୟରେ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କୁ ସୀମାରେ ଅଟକାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ବାହାର ଫେରୁଥିବା ଲୋକମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେମାନଙ୍କୁ ରହିବା , ଖାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି । ସେପଟେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ସମସ୍ତ ରାଜ୍ୟ ତଥା ଜିଲ୍ଲା ସୀମାକୁ ସିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।