ପ୍ରବଳ ବର୍ଷା ହେବ ଆଜି
ପ୍ରବଳ ବର୍ଷା ହେବ ଆଜି
ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ହେଉଛି ମୌସୁମୀ । ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମଙ୍ଗଳବାର ରାଜ୍ୟରେ ପାଖାପାଖି ୧୭.୩ ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ୯.୨ ମିମି ତୁଳନାରେ ୮୮ ପ୍ରତିଶତ ଅଧିକ ରହିଛି । ମୌସୁମୀ ସକ୍ରିୟ ହେବା କାରଣରୁ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଓଡ଼ିଶାରେ ଜୁନ ୧୪ ସୁଦ୍ଧା ମୌସୁମୀ ଋତୁର ହାରାହାରି ବର୍ଷା ୧୪.୧ କିମି ରହିଛି । ଯାହା ସ୍ବାଭାବିକ ଠାରୁ ୮୦ ପ୍ରତିଶତ ନିଅଣ୍ଟିଆ ରହିଥିଲା । ତେବେ ମୌସୁମୀ ଅଗ୍ରସର ହେବା ସହ ମଙ୍ଗଳବାର ସୁଦ୍ଧା ବର୍ଷା ପରିମାଣ ୭୮.୭ ମିମି ରେକର୍ଡ କରାଯାଇଛି । ଗତ ୭ ଦିନ ମଧ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇ ବର୍ତ୍ତମାନ ସ୍ବାଭାବିକ ବର୍ଷାଠାରୁ ୩୮ ପ୍ରତିଶତ କମ ରହିଛି ।




admin 