ପ୍ରଦୂଷଣରୁ ବର୍ତ୍ତିବାର ଉପାୟ

ପ୍ରଦୂଷଣରୁ ବର୍ତ୍ତିବାର ଉପାୟ

ପ୍ରଦୂଷଣରୁ ବର୍ତ୍ତିବାର ଉପାୟ
ଗାଡ଼ିମଟରର ଯଥାସମ୍ଭବ କମ୍ ବ୍ୟବହାର କରନ୍ତୁ । କିଛି କିଣାକିଣି କରିବାର ଥିଲେ କିମ୍ବା କାହାକୁ ଦେଖିବାକୁ ଯାଉଥିଲେ ଆପଣ ଚାଲିକରି ମଧ୍ୟ ଯାଇପାରିବେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ । ଘରୁ ବାହାରିଲେ ମାସ୍କ ଲଗାଇ ଯାନ୍ତୁ । ଘର ଭିତରେ ଯଥାସମ୍ଭବ ପରିଷ୍କାର ରଖିବା ଆବଶ୍ୟକ । ନିଶ୍ୱାସ ନେବା ବେଳେ କଷ୍ଟ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସକାଳବେଳା ବାଲକୋନି କିମ୍ବା ଛାତ ଉପରେ କିଛି ସମୟ ବୁଲାବୁଲି କରନ୍ତୁ । ଆପଣ ଏକ ଏୟାର ପୁରିଫାୟାର ଲଗାଇପାରନ୍ତି, କିନ୍ତୁ ମନେ ରଖନ୍ତୁ ତାହା ମଧ୍ୟ ଏକ ଯନ୍ତ୍ର । ସମୟ କ୍ରମେ ତାହାର କୁପ୍ରଭାବ ମଧ୍ୟ ପଡ଼ିବ । ନିଜ ଭୋଜନରେ ନିୟମିତ ଓମେଗା ଥ୍ରୀ ଫ୍ୟାଟି ଏସିଡ଼, ରସୁଣ ଓ ମହୁକୁ ମିଶାନ୍ତୁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।