ପୋଲିସ ଉପରକୁ ପଥର ମାଡ

ପୋଲିସ ଉପରକୁ ପଥର ମାଡ

ପୋଲିସ ଉପରକୁ ପଥର ମାଡ
କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଯେଉଁଠି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେଠାରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଉଛି । ଏହାଛଡ଼ା ସମ୍ପୃକ୍ତ ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଏବଂ ବାହାରୁ କୌଣସି ବ୍ୟକ୍ତି ଯେମିତି ଭିତରକୁ ନଯାଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଣ୍ଟେନମେଣ୍ଟଜୋନରେ ପୁଲିସ ମୁତୟନ କରାଯାଉଛି । ପୁଲିସ ବି କରୋନା ଯୋଦ୍ଧାଭାବେ ନିଜୟ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନରେ ପୁଲିସକୁ ପଥରମାଡ଼ ଭଳି ଏଭ ଅଭାବନୀୟ ଘଟଣା ଘଟିଛି । ନାଲାରୋଡ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । କିଛି ଲୋକ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପରେ ଅଧିକ ଫୋର୍ସ ପଠାଯାଇଛି । ତେବେ କେଉଁ କାରଣକୁ ନେଇ ପଥର ମାଡ଼ ଓ ବ୍ୟାରିକେଡ ଭଙ୍ଗାଗଲା ସେ ନେଇ ଖବରଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ ।