ପୋଖରୀରେ ବୁଡି ୪ ନାବାଳକ, ନାବାଳିକା ମୃତ ।

ପୋଖରୀରେ ବୁଡି ୪ ନାବାଳକ, ନାବାଳିକା ମୃତ ।

ପୋଖରୀରେ ବୁଡି ୪ ନାବାଳକ, ନାବାଳିକା ମୃତ ।
ପୋଖରୀରେ ବୁଡ଼ି ୪ ଜଣ ନାବାଳକ, ନାବାଳିକାଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଢେଙ୍କାନାଳରେ ସ୍ଥାନୀୟ ସଦର ଥାନା ଗୋବିନ୍ଦପୁଚର ଅଞ୍ଚଳର ବାରବାଙ୍କ ସାହିରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ୪ ନାବାଳକ, ନାବାଳିକା ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ସମସ୍ତଙ୍କ ଗୋଡ଼ ଖସିଯିବାରୁ ସେମାନେ ବୁଡ଼ିଯାଇଥିଲେ । ଗାଁ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ୪ ଜଣ ସମ୍ପକୀୟ ଭାଇ ଭଉଣୀ ବୋଲି ସୂଚନା ମିଳିଛି ।