କେରଳ ଛୁଇଁଲା ମୌସୁମୀ ।

କେରଳ ଛୁଇଁଲା ମୌସୁମୀ ।

କେରଳ ଛୁଇଁଲା ମୌସୁମୀ ।
କେରଳରେ ପହଞ୍ଚିଲା ମୌସୁମୀ ବାୟୁ । ଠିକ ସମୟରେ ମୌସୁମୀ ବାୟୁ ପହଞ୍ଚିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାବାତ୍ୟା ଅମ୍ଫାନ ଯୋଗୁଁ ମୌସୁମୀ ଭାରତୀୟ ମହାଦେଶ ଆଡ଼କୁ ଅଗ୍ରସର ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ପ୍ରତିବନ୍ଧକ ଏବେ ଦୂର ହୋଇଯାଇଛି । ତେବେ ପୂର୍ବରୁ ଗତ ୧୫ ତାରିଖରେ ବିଭାଗ ପକ୍ଷରୁ ମୌସୁମୀ ଆଗମନ ନେଇ ପୂର୍ବାନୁମାନ କରାଯାଇଥିଲା । ଏଥିରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠାରୁ ୪ ଦିନ ବିଳମ୍ବରେ ଅର୍ଥାତ ଜୁନ ୫ ତାରିଖରେ କେରଳ ଛୁଇଁବ ବୋଲି କୁହାଯାଉଥିଲା । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି । । କିନ୍ତୁ ଓଡ଼ିଶାକୁ ମୌସୁମୀ କେବେ ପ୍ରବେଶ କରିବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର ୧୦/୧୧ ଦିନ ମଧ୍ୟରେ ଓଡ଼ିଶାକୁ ଆଗମନ ହୁଏ। କିନ୍ତୁ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏଥିରେ ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ମୌସୁମୀ ଆଗମନର ସ୍ବାଭାବିକ ସମୟ ମୁମ୍ବାଇରେ ୧୦ ଜୁନ୍‌ ଥିବା ବେଳେ ଜୁନ୍‌ ୩ରେ ଭାରି ଲଘୁଚାପଜନିତ ବର୍ଷ‌ା ହେବ। ଗୁଜରାଟରେ ମୌସୁମୀ ପ୍ରବେଶର ସ୍ବାଭାବିକ ସମୟ ୨୦ ଜୁନ୍‌ ଥିବା ବେଳେ ୪/୫ତାରିଖରେ ଭାରି ବର୍ଷାର ସମ୍ଭାବନା ଅଛି। ଓଡ଼ିଶାରେ ସ୍ବାଭାବିକ ମୌସୁମୀ ପ୍ରବେଶ ସମୟ ୧୧ରୁ ୧୫ ଜୁନ୍ ଥିବା ବେଳେ ୧୦ ଓ ୧୧ ତାରିଖରେ ରାଜ୍ୟର ଅଂଧିକାଶ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହେବାର ସମ୍ଭାବନା ଅଛି।