ପୃଥକ ଦୁର୍ଘଟଣାରେ ୪ ମୃତ, ୭ ଆହତ

ପୃଥକ ଦୁର୍ଘଟଣାରେ ୪ ମୃତ, ୭ ଆହତ

ପୃଥକ ଦୁର୍ଘଟଣାରେ ୪ ମୃତ, ୭ ଆହତ
ଭୁବନେଶ୍ୱର: ଆଜି ସକାଳେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୭ ଆହତ ହୋଇଛନ୍ତି । ଧର୍ମଗଡ ହାଇୱା ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇ ବାଇକ ଚାଳକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୋଟେର-ଜୟପାଟଣା ରାସ୍ତାର ଗୁନଗୁନିଆ ନିକଟରେ ଦୁର୍ଘଟଣା ହୋଇଥିଲା । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ମୋଟେର- ଜୟପାଟଣା ରାସ୍ତା ଅବରୋଧ କରିଥିଲେ । ସେହିପରି ବାଲିଗୁଡା ଅଂଚଳରେ ଜଣଙ୍କ ଘର ଭିତରକୁ ଏକ କାର ମାଡିଯିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ବାରଖମା ଫାଣ୍ଡି ଲଣ୍ଡା ଗାଁର ମାଖନ ଦଣ୍ଡିଆଙ୍କ ଘର ଉପରକୁ କାରଟି ମାଡି ଯାଇଥିବାରୁ ଘଟଣାସ୍ଥଳରେ ମାଖନ ଦଣ୍ଡିଆଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ଜଣେ କାର ଆରୋହୀ ଅଟକ ଥିବା ଜଣାପଡିଛି । ସେହିପରି ବିଜେପୁର ଥାନା ସାରନାପଲି ବ୍ରିଜ ତଳକୁ ଅଟୋ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ବାହାଘର କାମ ସାରି ବରଯାତ୍ରୀ ଦଳ ବରଗଡରୁ ବିଜେପୁରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ଉଦ୍ଧାର ସମସ୍ତ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।