ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ଶନିବାର ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ପ୍ରସଙ୍ଗରେ ଛାତ୍ର କଂଗ୍ରେସର ରାଲି ବେଳେ ଏହି ଧସ୍ତାଧସ୍ତା ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ଛାତ୍ର କଂଗ୍ରେସ ପକ୍ଷରୁ ଏକ ରାଲି କରାଯାଇଥିଲା । ଏହି ରାଲି କଂଗ୍ରେସ ଭବନରୁ ବାହାରିଥିଲା । ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଲାଗି ଏହି ରାଲି ବାହାରିଥିଲା । ତେବେ ରାଜମହଲ ଛକରେ ପୁଲିସ ଉକ୍ତ ରାଲିକୁ ଅଟକାଇଥିଲା । ପୁଲିସ ଅଟକାଇବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ପୁଲିସ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ଜଣାଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।