ପୁରୀ ଶ୍ରୀମନ୍ଦିରରେ ୧୦ରୁ ଅଧିକ ସେବାୟତ କରୋନା ପଜିଟିଭ

ପୁରୀ ଶ୍ରୀମନ୍ଦିରରେ ୧୦ରୁ ଅଧିକ ସେବାୟତ କରୋନା ପଜିଟିଭ

ପୁରୀ ଶ୍ରୀମନ୍ଦିରରେ ୧୦ରୁ ଅଧିକ ସେବାୟତ କରୋନା ପଜିଟିଭ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଶ୍ରୀମନ୍ଦିରର ୧୦ରୁ ଅଧିକ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତଙ୍କ ପରିବାରର ୨ ଜଣ ସଦସ୍ୟ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ନେଇ ପୁରୀ ସିଡିଏମଓ ସୂଚନା ଦେଇଛନ୍ତି । ଗୁଜୁରାଟରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ କରୋନା ଆକ୍ରାନ୍ତ ହୋଇଛନ୍ତି । ପୁରୀ ଷ୍ଟେସନରେ ଆଂଟିଜେନ ଟେଷ୍ଟ ପରେ ଜଣାପଡିଛି । ସେହି ନାବାଳିକାର ବାପା-ମାଙ୍କର ରିପୋର୍ଟ ନେଗେଟିଭ ଥିବା ସୂଚନା ମିଳିଛି ।