ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ପକ୍ଷରୁ ହେବ ସର୍ଭେ

ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ପକ୍ଷରୁ ହେବ ସର୍ଭେ

ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ପକ୍ଷରୁ ହେବ ସର୍ଭେ
ଭୁବନେଶ୍ୱର: ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ଉପରେ ବିଚାର ବିମର୍ଷ ଚଳାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏନେଇ ଖୁବଶ୍ରୀଘ୍ର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ବୈଷୟିକ ଟିମ ପୁରୀ ଆସି ସର୍ଭେ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଏହି ଟିମ୍ ପୁରୀ ସହର ନିକଟରେ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ଜମି ବୁଲି ଦେଖିବ । ଉକ୍ତ ଜାଗାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତିଭୂମି ରହିଛି କି ନାହିଁ ଅନୁଧ୍ୟାନ କରିବ । ଏଥିସହ ଜାଗାର ଭୌଗଳିକ ସ୍ଥିତି ବିମାନ ବନ୍ଦର ପାଇଁ ସହାୟକ ହୋଇପାରିବ କି ନାହିଁ ତାହା ଯାଂଚ କରିବ । ଏଏଆଇ ଯଦି ସକରାତ୍ମକ ରିପୋର୍ଟ ଦିଏ, ତେବେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆଗେଇବ । କେନ୍ଦ୍ର ମନ୍ତ୍ରାଣଳୟରୁ ଆସିବା ପରେ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଆଶା ବାଢ଼ିଛି । ନୂଆବର୍ଷର ପ୍ରଥମ ଦିନରେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଉଠାଇଥିଲେ । ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ପ୍ରସ୍ତାବିତ ବିମାନ ବନ୍ଦରକୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।