ଭାରତରେ ନୂଆ କୃଷି ଆଇନକୁ ସମର୍ଥନ କରିଛି ଆମେରିକା

ଭାରତରେ ନୂଆ କୃଷି ଆଇନକୁ ସମର୍ଥନ କରିଛି ଆମେରିକା

ଭାରତରେ ନୂଆ କୃଷି ଆଇନକୁ ସମର୍ଥନ କରିଛି ଆମେରିକା
ନୂଆଦିଲ୍ଲୀ: ଭାରତରେ ନୂଆ କୃଷି ଆଇନକୁ ନେଇ ସଡ଼କରୁ ସଂସଦ ସବୁଠୁ ଚାଲିଛି ବିକ୍ଷୋଭ ପ୍ରଦର୍ଶନ। ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗଠନ ଦିଲ୍ଲୀ ସୀମାରେ ନଭେମ୍ବର ୨୬ ତାରିଖରୁ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ କୃଷକ ମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଥିଲେ। ଯାହାଫଳରେ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏପର୍ୟ୍ୟନ୍ତ କୃଷକ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇ ସାରିଲାଣି। ହେଲେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଏବେ ବି ଧାରାଣାରେ ବସିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ବିଭିନ୍ନ କୃଷକ ସଙ୍ଗଠନ କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଥିବା ବେଳେ ଗୋଟାଏ ପରେ ଗୋଟାଏ ଆଲୋଚନା ବିଫଳ ହେବାରେ ଲାଗିଛି। ନୂଆ କୃଷି ଆଇନକୁ ନେଇ ହଟହଟାରେ ଥିବା କେନ୍ଦ୍ର ସରରକାରଙ୍କୁ ସମର୍ଥନ କରିଛି ଆମେରିକା। ଆମେରିକା ପକ୍ଷରୁ କୁହାଯାଇଛି ଯେ, ନୂଆ କୃଷି ଆଇନ୍‌କୁ ସମର୍ଥନ କରୁଛୁ। ମୋଦୀ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରୁଛୁ। ନୂଆ ଆଇନ୍‌ ଦ୍ବାରା ଭାରତୀୟ ବଜାରରେ ସୁଧାର ଆସିବା ସହିତ ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ, ଆମେରିକା ଲୋକତନ୍ତ୍ରରେ ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରେ। ମତଭେଦକୁ ଆଲୋଚନାରେ ସମାଧାନ କରିହେବ। ଆମେରିକା ବିଭିନ୍ନ ସମସ୍ୟାର ଆଲୋଚନା ପୂର୍ବକ ସମାଧାନ ଚାହେଁ। ସେ ଆହୁରି କହିଛନ୍ତି ଯେ, ଭାରତୀୟ ବଜାରର ଦକ୍ଷତା ବୃଦ୍ଧି ଏବଂ ବୃହତ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଆମେରିକା ସ୍ୱାଗତ କରୁଛି।