ପୁଣି ରାଷ୍ଟ୍ରପତିଙ୍କୁ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ନେତା

ପୁଣି ରାଷ୍ଟ୍ରପତିଙ୍କୁ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ନେତା

ପୁଣି ରାଷ୍ଟ୍ରପତିଙ୍କୁ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ଆଉ ଜଣେ କଂଗ୍ରେସ ନେତା । ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଛନ୍ତି । ରାଜ କରିଥିବା ଟ୍ବିଟରେ ଲେଖିଛନ୍ତି କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି ନମିଳୁ । ଗୁଜୁରାଟରେ ଏକ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦେଶର ୭୦ ପ୍ରତିଶତ ନାଗରିକ ଗୁଜୁରାଟର ଲୁଣ ଖାଉଥିବା ମନ୍ତବ୍ୟକୁ ସେ ନିନ୍ଦା କରି ଏପରି ଟ୍ବିଟ କରିଛନ୍ତି । ଉଦିତ ରାଜ କହିଛନ୍ତି ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ।
କଂଗ୍ରେସ ନେତାଙ୍କ ଏପରି ବୟାନ ଆସିବା ପରେ ଭାରତୀୟ ଜନତା ପାର୍ଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସେହଜାଦ ପୁନାଓ୍ବାଲା ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦକୁ ଆସିଥିଲେ । ପରେ ସେ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ସଫେଇ ଦେଇଥିଲେ । ଆବଶ୍ୟକ ପଡିଲେ ସେ ରାଷ୍ଟ୍ରପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା ମଧ୍ୟ କରିବା ନେଇ ସୂଚନା ଦେଇଥିଲେ । ବିଜେପି ଏହି ଘଟଣାରେ ଅଧିର ରଞ୍ଜନଙ୍କ ସମେତ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ମଧ୍ୟ ଦାବି କରିଥିଲା ।
ଏହାର ମାତ୍ର କିଛି ଦିନ ପରେ ପୁଣି ଜଣେ କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ନେଇ ଏପରି ମନ୍ତବ୍ୟ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମୁର୍ମୁ ନିକଟରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ । ଏକାଧିକ କାର୍ୟ୍ୟକ୍ରମରେ ସାମିଲ ହେବା ସହ କିଛି କାର୍ୟ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ । ଲୁଣ ଉତ୍ପାଦନରେ ଦେଶରେ ସବୁଠୁ ଆଗରେ ଥିବା ଗୁଜୁରାଟ ସମ୍ପର୍କରେ ସେ ନିଜ ସମ୍ବୋଧନରେ କହିଥିଲେ ଯେ, ଦେଶର ୭୦ ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଆନ୍ତି । ଏହାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏପରି ବିବାଦୀୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।