ପୁଣି ଭିଜିଲାନ୍ସ ଜାଲରେ ବଡ ବାବୁ, ଜାଣନ୍ତୁ କିଏ
ପୁଣି ଭିଜିଲାନ୍ସ ଜାଲରେ ବଡ ବାବୁ, ଜାଣନ୍ତୁ କିଏ
କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବିଇଓଙ୍କ କାର୍ୟ୍ୟାଳୟରେ କାମ କରୁଥିବା କନିଷ୍ଠ କିରାଣି ଗଙ୍ଗାଧର ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟର ଆଦେଶକ୍ରମେ ବାଂଶପାଳ ବିଇଓଙ୍କ କାର୍ୟ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘର ସମେତ ବିଭିନ୍ନ ଜାଗାରେ ଚଢ଼ାଉ ଚାଲିଛି। ଆଜି ସକାଳ ସାଢ଼େ ୫ଟା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଗଙ୍ଗାଧର ସାହୁଙ୍କ ଭାଲୁକିପାତଲାରେ ତିନି ମହଲା କୋଠା, ଅଫିସ୍ ରୁମ୍, ତାଲାପଦାଠାରେ ପୈତୃକ ଘର ଏବଂ ତେଲକୋଇର ସରସପୋସିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଚାଲିଛି। ଉପରୋକ୍ତ ସ୍ଥାନରେ ଚଢ଼ାଉ ଚାଲିଛି। ବାଲେଶ୍ବର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଏହି ଚଢ଼ାଉ ଜାରି ରହିଛି।ଏହି ଚଢ଼ାଉରେ ୩ ଡିଏସପି, ୭ ଇନ୍ସପେକ୍ଟର, ୨ ଏଏସଆଇ ଓ ୯ ଜଣ କନେଷ୍ଟବଳ ସାମିଲ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।




admin 