ପୁଣି ଥରେ ଶ୍ରୀମନ୍ଦିର ନିକଟରୁ ଉଚ୍ଛେଦ ଆରମ୍ଭ

ପୁଣି ଥରେ ଶ୍ରୀମନ୍ଦିର ନିକଟରୁ ଉଚ୍ଛେଦ ଆରମ୍ଭ

ପୁଣି ଥରେ ଶ୍ରୀମନ୍ଦିର ନିକଟରୁ ଉଚ୍ଛେଦ ଆରମ୍ଭ
ପୁରୀ: ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ୭୫ ମିଟର ପରିଧି ମଧ୍ୟରୁ ଉଚ୍ଛେଦ ପ୍ରସଙ୍ଗରେ ଆଜି ସର୍ଭେ ଆରମ୍ଭ ହୋଇଛି । ୭୫ ମିଟର ପରିଧି ମଧ୍ୟରେ ସାମାଜିକ ସର୍ଭେ ଆରମ୍ଭ ହୋଇଛି । ଏଥିପାଇଁ ୫ ଜଣ ନବ ନିଯୁକ୍ତ ଆଇଏସ ୫ଟି ଟିମରେ ଭାଗ ହୋଇ ସର୍ଭେ କାର୍ଯ୍ୟ କରୁଛନ୍ତି । ଆସନ୍ତା ମାସକ ମଧ୍ୟରେ ସର୍ଭେ କାମ କରିବାକୁ ସମୟ ନିର୍ଦ୍ଧାରଣ ହୋଇଛି । ସମ୍ପୃକ୍ତ ଆଇଏସମାନେ ହେଲେ ସୂର୍ୟ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ । ଏମାନେ ସମସ୍ତେ ୨୦୧୮ ବ୍ୟାଚର ଆଇଏଓ ଅଫିସର ।