ପି୍ରୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ପି୍ରୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
admin
Jul 21, 2019 - 06:10
Updated: Jul 21, 2019 - 06:10
ଭୁବନେଶ୍ୱର – ଉତରପ୍ରଦେଶ ସୋନଭଦ୍ରା ହତ୍ୟାକାଣ୍ଡ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ଶ୍ରୀମତୀ ପି୍ରୟଙ୍କା ଗାନ୍ଧୀଙ୍କୁ ଉତରପ୍ରଦେଶର ବିଜେପି ସରକାର ଯେଉଁଭଳି ଅଗଣତାନ୍ତ୍ରିକ ଭାବରେ ଗିରଫ କରି ଅଟକ ରଖିଥିଲା ତା’ର ପ୍ରତିବାଦରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ୍ ଛକଠାରେ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ଚୌଧୁରୀ କହିଥିଲେ ଯେ ମୋଦି ସରକାର ଏବଂ ଯୋଗୀ ସରକାରଙ୍କ ବି୍ରଟିସରାଜକୁ ବରଦାସ୍ତ କରାଯିବ ନାହିଁ । ବିଜେପି ସରକାରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଏଥିରେ ଯୋଗଦେଇ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ଓ ଅଟକକୁ ତୀବ୍ରନିନ୍ଦା କରି କହିଥିଲେ ଯେ କଂଗ୍ରେସ ଦଳ ବିଜେପିର ଦମନଲୀଳା ନୀତିକୁ ବରଦାସ୍ତ କରାଯିବ ନାହିଁ । ପରେ ମାଷ୍ଟରକ୍ୟାଂଟିନ ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ଶିବାନନ୍ଦ ରାୟ, ସଂଗ୍ରାମ କେଶରୀ ଜେନା, ପ୍ରକାଶ ମିଶ୍ର, ରାଜୀବ ପଟ୍ଟନାୟକ, ରଶ୍ମି ମହାପାତ୍ର, ଗୀତାଞ୍ଜଳି ଦାସ, ମୋହନ ଜେନା, ସୁବ୍ରତ ମହାପାତ୍ର, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଶେଖ ଆଫତାବ ଅଲ୍ଲୀ, ମିହିର ଆଚାର୍ଯ୍ୟ, ସ୍ୱାଧିନବାଳା ଦାସ, ଅଭିଳାଷ ମାଣିଆ, ରଂଜିତ ପାତ୍ର, ଶ୍ରୀୟା ମହାନ୍ତି, ୟାସିର୍ ନୱାଜ, ସୁଶାନ୍ତ ତି୍ରପାଠୀ, ସଂଜୟ ସାହୁ, ଦେବରାଜ ମିଶ୍ର, ମନୋଜ ସାହୁ, ସେକ୍ ତକ୍ୱିମ୍୍, ବିରଂଚି ବାରିକ, କୁସୁମ ପ୍ରଧାନ, ଚିନ୍ମୟ ସୁନ୍ଦର ଦାସ, ଅକ୍ଷୟ ଦାସ, ରାଜକିଶୋର ବାରିକ, ଆଲୋକ ଲେଙ୍କା, ମଂଟୁ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।