ପିଲାମାନଙ୍କ ଶାରୀରିକ ସୁସ୍ଥତା ଅପେକ୍ଷା ମାନସିକ ସୁସ୍ଥତା ଉପରେ ଦିଅନ୍ତୁ ଧ୍ୟାନ

ପିଲାମାନଙ୍କ ଶାରୀରିକ ସୁସ୍ଥତା ଅପେକ୍ଷା ମାନସିକ ସୁସ୍ଥତା ଉପରେ ଦିଅନ୍ତୁ ଧ୍ୟାନ

ପିଲାମାନଙ୍କ ଶାରୀରିକ ସୁସ୍ଥତା ଅପେକ୍ଷା ମାନସିକ ସୁସ୍ଥତା ଉପରେ ଦିଅନ୍ତୁ ଧ୍ୟାନ

ଭୁବନେଶ୍ୱର: ଜୀବନର ସବୁଠାରୁ ସୁନ୍ଦର ଏବଂ ସ୍ମରଣୀୟ ଦିନ ହେଉଛି ଶୈଶବର ଦିନ । ଜୀବନକୁ ଚିହ୍ନିବା ପୂର୍ବରୁ ଏହାକୁ ମନଭରି ଉପଭୋଗ କରିବାର ସମୟ ହେଉଛି ଶୈଶବ । ପରିବାର ଲୋକଙ୍କ ସ୍ନେହ ଶ୍ରଦ୍ଧା, ଭଲପାଇବା ଭିତରେ କେତେବେଳେ ସରିଯାଏ ଏ ଦିନ ଜଣାପଡେନି । ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର । ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି  ।

ପିଲାଟିର ଶାରୀରିକ ସୁସ୍ଥତା ପ୍ରତି ବାପା-ମା ଯେତିକି ସଚେତନ ହେଉଛନ୍ତି ସେତିକି ତାର ମାନସିକ ସୁସ୍ଥତା ପ୍ରତି ବି ଧ୍ୟାନ ଦେବା ଉଚିତ । ଅଧିକାଂଶ ମାନସିକ ଅନଗ୍ରସର ପିଲାଙ୍କ ମଧ୍ୟରୁ ୫୦ ପ୍ରତିଶତ ପିଲା ୧ ବର୍ଷ ବୟସରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ୭୫ ପ୍ରତିଶତ ରୋଗୀଙ୍କ ମାନସିକ ସମସ୍ୟା ୨୦ ବର୍ଷରେ ବାହାରିଥାଏ । ତେଣୁ ପିଲାଙ୍କ ପାଇଁ ଶାରୀରିକ ସ୍ୱାସ୍ଥ୍ୟର ଯନô ନେବା ଯେତିକି ଆବଶ୍ୟକତା ରହିଛି, ମାନସିକ ସ୍ୱାସ୍ଥ୍ୟର ଯନô ନେବା ଆବଶ୍ୟକତା ବି ସେତିକି ରହିଛି ।

ସାହସ, ଆଶା, ସହାନୁଭୂତି ପରି ସକାରାତ୍ମକ ଭାବନା ତାଙ୍କ ଭିତରେ ବଢିବ ଏବଂ ଏହା ସେମାନେ କିପରି ଆଗକୁ ଯିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କିପରି ବାପା ମା’ ରହିବେ ସଚେତନ..

୧-ପିଲାମାନେ ସ୍ନେହ କାଙ୍ଗାଳ । କାହାର ସ୍ନେହ, ଶ୍ରଦ୍ଧା, ଭଲପାଇବା ପାଇଁ ସେମାନେ ଚାହିଁ ବସିଥାନ୍ତି । ତେଣୁ ସେମାନଙ୍କ ସହ ସେମିତି ଏକ ସମ୍ପର୍କ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ । ହେଲେ ମାନସିକ ସମସ୍ୟା ଥିବା ପିଲାଙ୍କ କଥା ଟିକେ ଭିନ୍ନ । ସେମାନଙ୍କ ନିଜ ଭିତରେ ଯେପରି ତୁମର ଭଲ ପାଇବା ଅନୁଭବ କରିବେ ସେହିପରି ସେମାନଙ୍କୁ ହାଣ୍ଡେଲ କରାଯିବା ଉଚିତ ।

୨- ନିଜ କଥାବାର୍ତ୍ତା ମାଧ୍ୟମରେ ମାନସିକ ଅନଗ୍ରସର ପିଲାଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରାଇବା ଦରକାର ଯେ ତୁମର ଭଲପାଇବା ତାଙ୍କ ପ୍ରତି ରହିଛି । ଏହିପରି କଥା କହି ସେମାନଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି କରିବା ଉଚିତ  ।

୩- ଛୋଟ, କିଶୋର ପିଲାମାନଙ୍କ ଭିତରେ ଦୁଃଖ, ରାଗ, ସ୍ନେହ, ନିଃସଙ୍ଗତା, ହତାଶାବୋଧ ସବୁ ରହିଛି । ଏ ସବୁକୁ ନେଇ ସେମାନେ ବେଶ ଭାବପ୍ରବଣ  । ଏସବୁ ଭିତରେ ବି ସାହସ, ଆଶା ପରି ସକାରାତ୍ମକ ଚିନ୍ତାଧାରାର ମୂଲ୍ୟକୁ ସେମାନେ କିପରି ବୁଝିବେ ସେଥିପ୍ରତି ଅଭିଭାବକ ଧ୍ୟାନ ଦେବା ଦରକାର  ।

୪- ନିଜକୁ ଭଲପାଇବା, ନିଜ ଭାବପ୍ରବଣତା ପ୍ରତି ସଚେତନ ରହିବା ତଥା ଯେ କୌଣସି କାମ ପ୍ରତି ଧ୍ୟାନ ବଢାଇବା ପରି ଗୁଣକୁ ନିଜ ଭିତରେ କିପରି ବଢ଼ାଇବେ ସେଥିପ୍ରତି ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବାପା-ମା’ଙ୍କ ଦାୟିତ୍ୱ ।