ପିଲାଙ୍କ ଦାୟିତ୍ୱରେ ବୋଟଲ ସ୍ଲିଙ୍ଗ୍

ପିଲାଙ୍କ ଦାୟିତ୍ୱରେ ବୋଟଲ ସ୍ଲିଙ୍ଗ୍

ପିଲାଙ୍କ ଦାୟିତ୍ୱରେ ବୋଟଲ ସ୍ଲିଙ୍ଗ୍
ଏକବିଂଶ ଶତାବ୍ଦୀ, ସବୁକିଛିରେ ଆମେ ଅତ୍ୟାଧୁନିକତାର ସ୍ପର୍ଶ ପାଇଛେ । କର୍ମଚୀଜୀବ ମହିଳା ନବଜାତ ଶିଶୁଙ୍କ ଦେଖାରଖା ନିମନ୍ତେ ବଜାରରେ ଓ ଅନଲାଇନ ସାଇଟରେ ବିଭିନ୍ନ ପ୍ରକାର ଜିନିଷ ଉପଲବ୍ଧ ହେଉଛି । ତନ୍ମଧ୍ୟରୁ ଅନ୍ୟତମ ହେଲା ‘ବୋଟଲ ସ୍ଲିଙ୍ଗ’ । ଏହା ସହାୟତାରେ ଆପଣଙ୍କ କୁନି ପିଲା ଖୁବ ଆରାମରେ ବୋତଲରେ ଖିର ପିଇପାରିବେ । ଯଦି କୌଣସି କାମରେ ବ୍ୟସ୍ତରେ ରହିଛନ୍ତି କିମ୍ବା ଗୋଟିଏ ହାତରେ ଲ୍ୟାପଟପରେ କାମ କରୁଛନ୍ତି, ଏହି ସ୍ଲିଙ୍ଗ ସାହାଯ୍ୟରେ ପିଲା ବୋତଲରେ ଖିର ପିଇପାରିବ । ପିଲାମାନେ ଶୋଇବା ବେଳେ କଡ଼ ଏପାଖ ସେପାଖ କରିଥାନ୍ତି, ସ୍ଲିଙ୍ଗ ମଧ୍ୟ ସେହି ଅନୁରୂପ କାର୍ଯ୍ୟ କରିଥାଏ । ବୋତଲ ଏହି ସ୍ଲିଙ୍ଗରୁ ଖସି ଯିବାର ଭୟ ମଧ୍ୟ ନଥାଏ । ବିଭିନ୍ନ ଡିଜାଇନ ଓ ଉଚ୍ଚକ୍ଷମତା ସମ୍ପନ୍ନ ସ୍ଲିଙ୍ଗ ମିଳୁଥିବା ବେଳେ ବୋତଲରୁ ଖିର ଶେଷ ହେଲେ ଏହା ତୁରନ୍ତ ସଙ୍କେତ ଦିଏ । ଏହି ବୋଟଲ ସ୍ଲିଙ୍ଗ ୨,୫୦୦-୬୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ।