ପିପିଲି-ଡେଲାଙ୍ଗଙ୍କୁ ୭୦ କୋଟିର ଭେଟି

ପିପିଲି-ଡେଲାଙ୍ଗଙ୍କୁ ୭୦ କୋଟିର ଭେଟି

ପିପିଲି-ଡେଲାଙ୍ଗଙ୍କୁ ୭୦ କୋଟିର ଭେଟି
ଭୁବନେଶ୍ୱର: ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଆଲୋଚନା କରିଛନ୍ତି । ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ପିପିଲି ଓ ଡେଲାଙ୍ଗ ବ୍ଳକ ପାଇଁ ୭୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନିଜେ ପିପିଲି ବାସୀଙ୍କ ସହିତ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି ଓ ଡେଲାଙ୍ଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଜଳସେଚନ, ରାସ୍ତାଘାଟ ଓ ସେତୁ ଆଦି କାମ ହେବ । ପିପିଲି ଓ ଡେଲାଙ୍ଗର ବିକାଶକୁ ଏହା ଆଗକୁ ନେବ । ମହିଳା ଓ ଗାଁର ବିକାଶ ଉପରେ ଫୋକସ କରିଆସିଛି । ଗରିବଙ୍କ ମୁହଁରେ ହସ ମୋତେ ଅଧିକ ସନ୍ତୋଷ ଦେଇଥାଏ । କରୋନା ବେଳେ ମିାନ ଶକ୍ତି ମାଆ ମାନେ ଭଲ କାମ କରିଛନ୍ତି । କରୋନାକୁ ନ ଡରି ଚାଷୀ ଭାଇମାନେ କାମ କରିଛନ୍ତି । କୋଭିଡ ଗାଇଡଲାିନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ । ପିପିଲି ଓ ଡେଲାଙ୍ଗର ବିକାଶ ପାଇଁ ସାରା ଜୀବନ କାମ କରିଛନ୍ତି ପ୍ରଦୀପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।