ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ
ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ
admin
Oct 21, 2020 - 08:41
Updated: Oct 21, 2020 - 08:41
ଭୁବନେଶ୍ୱର: ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ହୋଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନରୁ କେତେକ ଟ୍ରେନ ଛାଡ଼ିବାକୁ ଥିବା ବେଳେ ଆଉ କିଛି ଟ୍ରେନ ପୂର୍ବତଟ ରେଳପଥ ମଧ୍ୟ ଦେଇ ଯିବ । ପୁରୀ ଓ ଭୁବନେଶ୍ୱରରୁ ୮ଟି ଟ୍ରେନ ଚଳାଚଳ କରିବାକୁ ଥିବା ବେଳେ ବିଶାଖାପାଟଣାରୁ ୭ଟି ଓ ସମ୍ବଲପୁରରୁ ୩ଟି ଟ୍ରେନ ଚଳାଚଳ କରିବ । ଏହା ବ୍ୟତୀତ ୮ଟି ଟ୍ରେନ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି । ବିଶାଖାପାଟଣାରୁ ନିଜାମୁଦିନ, ଚେନ୍ନାଇ, ଏଲଟିଟି, ଗାନ୍ଧିଧାମ, କୁଡାପ୍ପାକୁ ସ୍ୱତନ୍ତ୍ର ଟ୍ରେନ ସହ ବିଶାଖାପାଟଣା-ବିଜୟୱାଡା ଡବଲ ଡେକର ସ୍ପେସାଲ ଟ୍ରେନ ଚାଲିବ । ସେହିପରି ପୁରୀରୁ ପାଟଣା, ହାୱଡା, ଜୟନଗର, ସୁରତ, ଏଲଟିଟି, ଚେନ୍ନାଇ, ବଡବିଲ ଓ ପାରାଦ୍ୱୀପ, ଭୁବନେଶ୍ୱରରୁ ନୂଆଦିଲ୍ଲୀ, ଏଲଟିଟି, ତିରୁପତି, ଚେନ୍ନାଇ, ବେଙ୍ଗାଲୁରୁ ବାଙ୍ଗିରିପୋଷି, ପୁଡୁଚେରୀ ଓ ରାମେଶ୍ୱରମ, ସମ୍ବଲପୁରରୁ ହାୱଡା, ପୁରୀ ଓ ମଣ୍ଡୁଆଢ଼ିକୁ ସ୍ୱତନ୍ତ୍ର ଟ୍ରେନ ଚାଲିବ ।