ପାରାଦୀପ-ବଡବିଲ ରାସ୍ତା ହେବ ୮ ଲେନ୍

ପାରାଦୀପ-ବଡବିଲ ରାସ୍ତା ହେବ ୮ ଲେନ୍

ପାରାଦୀପ-ବଡବିଲ ରାସ୍ତା ହେବ ୮ ଲେନ୍
ଭୁବନେଶ୍ୱର: ପାରାଦୀପରୁ ବଡବିଲ ପର୍ଯ୍ୟନ୍ତ ରାସ୍ତା ୮ ଲେନ୍ ବିଶିଷ୍ଟ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ଆଲୋଚନାରେ ନିଷ୍ପତି ହୋଇଛି । ନିଷ୍ପତି ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପାରାଦୀପରୁ ବଡବିଲ ୩ଶହ କିମି ରାସ୍ତା ୮ ଲେନ୍ ବିଶିଷ୍ଟ କରାଯିବ । ୩ଶହ କିମି ରାସ୍ତା ୮ ଲେନ କରିବାକୁ ନୀତିନ ଗଡକରୀ ନିଦେ୍ର୍ଧଶ ଦେଇଛନ୍ତି । ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦୁଝରରୁ ଖଣିଜ ଦ୍ରବ୍ୟ ପରିବହନରେ ରାସ୍ତା ବଡ ଭୂମିକା ନେବ । କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହା ସହଯୋଗ ଆବଶ୍ୟକ ହେବ ଯୋଗାଇ ଦିଆଯିବ । କୋଷ୍ଟାଲ ହାଇୱେ ସାତପଡା ଯାଏ ନେବାକୁ ସହମତି ହୋଇଛି । ରାଜ୍ୟ ଏନଓସି ଦେଲେ ଶୀଘ୍ର ଟେଣ୍ଡର ହେବ ବୋଲି ଶ୍ରୀ ଗଡକରୀ କହିଛନ୍ତି । ବୈଠକରେ ଭୁବନେଶ୍ୱର ରିଂ ରୋଡ଼ ସଂକ୍ରାନ୍ତରେ ବି ଆଲୋଚନା କରାଯାଇଛି ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।