ପାଣି ପିଇବା ସମୟରେ ଆପଣ କରୁଛନ୍ତି କି ଏହି ଭୁଲ୍

ପାଣି ପିଇବା ସମୟରେ ଆପଣ କରୁଛନ୍ତି କି ଏହି ଭୁଲ୍

ପାଣି ପିଇବା ସମୟରେ ଆପଣ କରୁଛନ୍ତି କି ଏହି ଭୁଲ୍
ଭୁବନେଶ୍ୱର: ପାଣି ପିଇବା ସମୟରେ ଅଧିକାଂଶ ଲୋକ କିଛି ଭୁଲ୍ କରିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଜାଣିବା ପାଣି ପିଇବା ସମୟରେ ଲୋକମାନେ ସାଧାରଣତଃ କେଉଁ ୫ଟି ଭୁଲ୍ କରିଥାନ୍ତିଟ୍ଟ ୧. ଠିଆ ହୋଇ ପାଣି ପିଅନ୍ତୁ ନାହିଁ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବର ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଉଚିତ୍ ନୁହେଁ । ଏଥିରେ ଅନେତ ଅସୁବିଧା ହୋଇଥାଏ କିନ୍ତୁ କେହି ଜାଣିପାରନ୍ତି ନାହିଁ । ଆୟୁର୍ବେଦ ଅନୁଯାୟୀ, ଯେତେବେଳେ ଆପଣ ଠିଆ ହୋଇ ପାଣି ପିଅନ୍ତି ଆପଣ ପାଣିରୁ ପୋଷକ ତତ୍ତ୍ୱ ପାଇବେ ନାହିଁ କାରଣ ଏହା ଆପଣଙ୍କ ତଳ ପେଟକୁ ଚାଲିଯାଏ । ଠିଆ ହେବା ସମୟରେ ପାଣି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ୨. ବହୁତ ତୀବ୍ରରେ କିମ୍ବା ଅଧିକ ମାତ୍ରାରେ ପାଣିକୁ ଢୋକନ୍ତୁ ନାହିଁ ପାଣିକୁ ଏକା ନିଶ୍ୱାସରେ ପିଇବା ଠିକ୍ ନୁହେଁ । ଜଲଦି ଜଲଦି ପାଣି ପିଇଲେ ଯଦି ଏଥିରେ କିଛି କ୍ଷତିକାରକ ଧାତୁ ଥାଏ ତେବେ ତାହା କିଡନୀ ଓ ମୁତ୍ରାଶୟରେ ଜମା ହୋଇଯାଏ । କିନ୍ତୁ ଧିରେ ଧିରେ ପାଣି ପିଇଲେ ଆପଣଙ୍କ ପାଚନ ତନ୍ତ୍ର ମଜଭୁତ ହୋଇଥାଏ । ୩. ଭୋଜନର ଠିକ୍ ପୂର୍ବରୁ କିମ୍ବା ପରେ ପାଣି ପିଅନ୍ତୁ ନାହିଁ ଯଦି ଆପଣ ଭୋଜନ ପୂର୍ବରୁ ପାଣି ପିଅନ୍ତି, ତେବେ ସଠିକ୍ ଭାବରେ ଖାଇ ପାରିବେ ନାହିଁ । ଆପଣଙ୍କ ପେଟ ଫୁଲ୍ ଥିବା ଭଳି ଅନୁଭବ ହୋଇଥାଏ । ଯଦି ସଠିକ୍ ଖାଇବେନି ତେବେ ଆପଣ ପର୍ୟ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଇବେ ନାହିଁ । ଏବଂ ଖାଦ୍ୟ ଖାଇବା ପରେ ଯଦି ଆପଣ ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ହଜମକୁ ବ୍ୟାହତ କରିଥାଏ । ଏଥିପାଇଁ ବେଳେବେଳେ ବାନ୍ତି ମଧ୍ୟ ହୋଇଥାଏ । ୪. ବହୁତ ପାଣି ପିଇବା ଅନୁଚିତ୍ ଅଧିକାଂଶ ଲୋକ ପର୍ୟ୍ୟାପ୍ତ ପରିମାଣର ପାଣି ପିଅନ୍ତି ନାହିଁ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପର୍ୟ୍ୟାପ୍ତ ପାଣି ପିଅନ୍ତି । କିନ୍ତୁ କିଛି ଲୋକ ଅତ୍ୟାଧିକ ପାଣି ପିଇଥାନ୍ତି କିନ୍ତୁ ଏହା କରିବା ମଧ୍ୟ ଠିକ୍ ନୁହେଁ । କାରଣ ଅତିରିକ୍ତ ପାଣି ପିଇଲେ ସ୍ୱାସ୍ଥ୍ୟକୁ କିଛି ଲାଭ ମିଳିନଥାଏ । ଅଧିକ ପାଣି ପିଇବା ଦ୍ୱାରା ହାଇପୋନାଟ୍ରେମିଆ ହୋଇପାରେ, ଯାହାକୁ ପାଣିର ନିଶା ମଧ୍ୟ କୁହାଯାଏ । ଏହି ପରିସ୍ଥିତିରେ ଶରୀରରେ ସୋଡିୟମ୍ ସ୍ତର ବହୁତ କମ୍ ହୋଇପାରେ, ଯାହା ମସ୍ତିଷ୍କରେ ଯନ୍ତ୍ରଣା, କୋମା ଆଦି ହୋଇପାରେ । ୫. ୱର୍କଆଉଟରେ ଏମିତି ପାଣି ପିଅନ୍ତୁ ଅନେକ ଲୋକ ୱର୍କଆଉଟ ପୂର୍ବରୁ ଏବଂ ପରେ ପାଣି ପିଅନ୍ତି ନାହିଁ । ଏଥିଯୋଗୁଁ ମୁଣ୍ଡବିନ୍ଧା ହୋଇପାରେ । ୱର୍କଆଉଟ୍ କରିବାର ଅଧଘଣ୍ଟା ପୂର୍ବରୁ ଅତିକମରେ ୨୫୦ ମିଲି ପାଣି ପିଇବା ଉଚିତ୍ । ଆପଣଙ୍କୁ ୱର୍କଆଉଟ୍ ଭିତରେ ମଧ୍ୟ ପାଣି ପିଇବା ଉଚିତ୍ ।