ପାକିସ୍ତାନରେ ହିନ୍ଦୁ ମନ୍ଦିର ଠାବ

ପାକିସ୍ତାନରେ ହିନ୍ଦୁ ମନ୍ଦିର ଠାବ

ପାକିସ୍ତାନରେ ହିନ୍ଦୁ ମନ୍ଦିର ଠାବ
ପେଶାୱାର: ପାକିସ୍ତାନରୁ ୧୩୦୦ ବର୍ଷ ତଳର ଏକ ପୁରୁଣା ହିନ୍ଦୁ ମନ୍ଦିର ଠାବ ହୋଇଛି । ଉତ୍ତର ପଶ୍ଚିମ ପାକିସ୍ତାନର ସ୍ୱାତ ଜିଲ୍ଲାର ବାରିକୋଟଠାରେ ଥିବା ଏକ ପାହାଡ଼ରୁ ଇଟାଲୀୟ ଓ ପାକିସ୍ତାନୀ ପ୍ରତ୍ନତତ୍ତ୍ୱବିତ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର ଠାବ କରିଛନ୍ତି । ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଚାଲିଥିବା ବେଳେ ଏହି ହିନ୍ଦୁ ମନ୍ଦିରର ସନ୍ଧାନ ମିଳିଥିବା ଜଣାପଡ଼ିଛି । ପାକିସ୍ତାନର ବରିଷ୍ଠ ପ୍ରତ୍ନତତ୍ତ୍ୱ ଅଧିକାରୀ ଫାଜଲ ଖଲିକଙ୍କ କହିବାନୁସାରେ ଏହା ଏକ ବିଷ୍ଣୁ ମନ୍ଦିର ଥିଲା । ୧୩୦୦ ବର୍ଷ ତଳେ ହିନ୍ଦୁ ଶାସକଙ୍କ ଦ୍ୱାରା ଏହି ବିଷ୍ଣୁ ମନ୍ଦିର ନିର୍ମିତ ହୋଇଥିଲା ବୋଲି ଫାଜଲ କହିଛନ୍ତି । ୮୫୦ ରୁ ୧୦୨୬ ଖ୍ରୀଷ୍ଟାବ୍ଦ ମଧ୍ୟରେ କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧାର (ବର୍ତ୍ତମାନର ପାକିସ୍ତାନ) ଏବଂ ଉତ୍ତରପଶ୍ଚିମ ଭାରତର ଶାସନ କରୁଥିବା ହିନ୍ଦୁ ଶାସକ କିମ୍ବା କାବୁଲ ଶାସକଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି ।