ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ କରୋନା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ କରୋନା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ କରୋନା
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ (୬୭) କରୋନାରେ ସଂକ୍ରମିତ। ଇମ୍ରାନ୍ ଖାନଙ୍କ ଡାକ୍ତର ଫୈଜଲ ସୁଲତାନ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୯ରେ ଇମ୍ରାନ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ। ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କୋଭିଡ ନିୟମ ଅନୁଯାୟୀ ସେ ଏବେ ସଙ୍ଗରୋଧରେ ଅଛନ୍ତି। ପାକିସ୍ତାନରେ ଏବେ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ୟ୍ୟାୟରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ସ୍ୱାସ୍ଥ୍ୟ କର୍ମୀ ଟିକା ନେଉଛନ୍ତି। ଇମ୍ରାନଙ୍କ ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଚାଇନା ଦ୍ୱାରା ପ୍ରସ୍ତୁତ ‘ସିନୋଫର୍ମ’ ଟିକା ନେଇଥିଲେ। ସୁଲତାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବୁଧବାର ପାକିସ୍ତାନ ଚାଇନାର ଏହି ଟିକା ଗ୍ରହଣ କରିଥିଲା। ଏହାପରେ ପାକିସ୍ତାନରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାୱଲପିଣ୍ଡିର ନୁର ଖାନ ଏୟାରବେସରେ ସିନୋଫାର୍ମ ଟିକା ପାକିସ୍ତାନ ଗ୍ରହଣ କରିଥିଲା। ସୂଚନାଯୋଗ୍ୟ, ପାକିସ୍ତାନରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଗତ ବର୍ଷ ଜୁଲାଇ ୨ ରେ ପାକିସ୍ତାନରେ ୪,୪୩୨ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୩,୮୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୀର୍ଘଦିନର ବ୍ୟବଧାନରେ ଏତେ ସଂଖ୍ୟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।