ପଶ୍ଚିମବଙ୍ଗରେ ସମସ୍ତ ନିର୍ବାଚନ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗରେ ସମସ୍ତ ନିର୍ବାଚନ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗରେ ସମସ୍ତ ନିର୍ବାଚନ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଆଜି ଦେଶରୁ ୩ ଲକ୍ଷ ୧୪ ହଜାର ୮୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । କରୋନାର ଦ୍ୱିତୀୟ ଢେଉ କବଳରୁ କେହି ରକ୍ଷା ପାଉ ନାହାନ୍ତି । ଦେଶରେ ଆଜି ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରରେ ଆସିଲା ଆଉ ଏକ ବଡ ଖବର । ତାହା ହେଲ ବେଙ୍ଗଲରେ ସମସ୍ତ ନିର୍ବାଚନ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସଂକ୍ରମଣ ବଢୁଥିବାରୁ ସବୁ ରାଲି ବାତିଲ କରାଯାଇଛି । ନିର୍ବାଚନ ପ୍ରଚାର ପାଇଁ ଏବେ ଆଉ ବେଙ୍ଗଲ ଯିବେନି କହିଲେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଏକାଧିକ ବୈଠକରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।