ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ହୋଇ ସାରିଥିଲେ ହେଁ ହିଂସା ଥମିବାର ନାଁ ଧରୁନି, ହିଂସାରେ ୯ ମୃତ

ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ହୋଇ ସାରିଥିଲେ ହେଁ ହିଂସା ଥମିବାର ନାଁ ଧରୁନି, ହିଂସାରେ ୯ ମୃତ

ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ହୋଇ ସାରିଥିଲେ ହେଁ ହିଂସା ଥମିବାର ନାଁ ଧରୁନି, ହିଂସାରେ ୯ ମୃତ
କୋଲକାତା: ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋ ସାରିଥିଲେ ହେଁ ହିଂସା ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୯ ଜଣଙ୍କ ମୃତୁ୍ୟ ହୋଇଛି । ହିଂସାକାଣ୍ଡ ପାଇଁ ତୃଣମୂଳ ବିରୋଧରେ ଅଧିକ ଅଭିଯୋଗ ହୋଇଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ରବିବାର ସନ୍ଧ୍ୟାରେ ନିର୍ବାଚନ ପରିବର୍ତୀ ହିଂସାକୁ ନେଇ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ । ହିଂସା, ପୋଡ଼ାଜଳାକୁ ନେଇ ରାଜ୍ୟପାଳ ଡିଜିପିଙ୍କୁ ସମନ ଜାରି କରିଛନ୍ତି । ଭୋଟଗଣତି ଆରମ୍ଭରୁ ଏଯାଏଁ ହୋଇଥିବା ହିଂସାକାଣ୍ଡରେ ଦକ୍ଷିଣ ୨୪ ପ୍ରଗଣା, ନଦିଆ ଏବଂ କୋଲକାତାରେ ବିଜେପି କାର୍ଯ୍ୟକର୍ତା, ବଦ୍ଧମାନରେ ତୃଣମୂଳ ଏବଂ ଉତ୍ତର ୨୪ ପ୍ରଗଣାରେ ଆଇଏସଏଫ କାର୍ଯ୍ୟକର୍ତାଙ୍କ ମୃତୁ୍ୟ ହୋଇଛି । ନନ୍ଦିଗ୍ରାମରେ ସକାଳେ ତୃଣମୂଳ ସମର୍ଥକମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇବା ସହ ଏକାଧିକ ଦୋକାନ ଏବଂ କେତେକ ବିଜେପି ସମର୍ଥକଙ୍କ ଘର ଭଙ୍ଗାରୁଜା କରିଛନ୍ତି । ଗତକାଲି ରାତିରେ ଓଲଟାତଙ୍ଗା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ତେବେ ରାଜ୍ୟରେ ଶାବ୍ଦିରକ୍ଷା ପାଇଁ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।