ପରୀକୁ ହତ୍ୟା ପରେ ଦୁଷ୍କର୍ମ:ବୋଥ୍ରା

ପରୀକୁ ହତ୍ୟା ପରେ ଦୁଷ୍କର୍ମ:ବୋଥ୍ରା

ପରୀକୁ ହତ୍ୟା ପରେ ଦୁଷ୍କର୍ମ:ବୋଥ୍ରା
ଭୁବନେଶ୍ୱର : ପରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସରୋଜ ସେଠୀ । ତା’ ବାରିରେ ଜାମୁକୋଳି ଗଛ ଥିଲା । ଜାମୁକୋଳି ଖାଇବାକୁ ଏକୁଟିଆ ପରୀ ଯାଇଥିବାବେଳେ ତାକୁ ସେ ଦୁଷ୍କର୍ମ ଉଦ୍ୟମ କରିଥିଲା । କିନ୍ତୁ ପରୀ ବାଧାଦେବାରୁ ସେ ତାର ତଂଟି ଚିପି ହତ୍ୟା କରିଥିଲା । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀର ଶବକୁ ଯେଉଁ ପୋଖରୀରେ ଫିଙ୍ଗା ଯାଇଥିଲା ତାହା ପରିତ୍ୟକ୍ତ । ତାହାକୁ ବ୍ୟବହାର କରାଯାଉନଥିଲା । ୧୪ ତାରିଖ ଦିନ ପରୀ ଏକୁଟିଆ ଜାମୁକୋଳି ଖାଇବାକୁ ସରୋଜ ଘର ବାରିକୁ ଯାଇଥିଲା । ୧୩ ତାରିଖ ରାତିରେ ସରୋଜ ଚାଇଲଡ଼ ପର୍ଣ୍ଣ ସିନେମା ଦେଖିଥିଲା । ପରୀକୁ ଏକୁଟିଆ ପାଇ ସେ ଘରକୁ ନେଇ ଯାଇଥିଲା । ପରୀକୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ପରୀ ବାଧା ଦେଇଥିଲା । ତେଣୁ ସରୋଜ ତାର ତଂଟି ଚିପି ହତ୍ୟା କରିଦେଇଥିଲା । ଏପରିକି ମୃତ ଦେହ ସହ ମଧ୍ୟ ସେ ଦୁଷ୍କର୍ମ କରିଥିଲା ବୋଲି ବୋଥ୍ରା ପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ, ସରୋଜର ବାପା ନାହିଁ, ମା’ ଚାକିରୀ କରୁଛି, ବଡ଼ଭଉଣୀ ବାହା ହୋଇଛି । ସାନ ଭଉଣୀଟି ବି ଚାକିରୀ କରିଛି । ସରୋଜ ପରିବାର ସହ ପରୀ ପରିବାରର ଭଲ ସମ୍ପର୍କ ରହିଥିଲା । ଅଶ୍ଲୀଳ ସିନେମା ଦେଖି ଦୁଷ୍କର୍ମ କରିଥିଲା ବୋଲି ସରୋଜ ସ୍ୱୀକାର କରିଛି । ମୃତଦେହକୁ ସେ ଝୋଟ ବସ୍ତାରେ ପୂରାଇ ପୋଖରୀରେ ଫିଙ୍ଗି ଦେଇଥିଲା । ବସ୍ତାରେ ମୃତ ଦେହ ଓ ଫ୍ରକ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । କିନ୍ତୁ ଝିଅର ଲେଗନିସକୁ ନେବାକୁ ଭୁଲି ଯାଇଥିଲା । ପରେ ସେ ଲେଗିନସ ନେଇ ପୋଖରୀରେ ଫିଙ୍ଗିଥିଲା । ଲେଗନିସ ଉଦ୍ଧାର ପାଇଁ ପୋଖରୀକୁ ଶୁଖାଯାଉଛି ବୋଲି ସେ କହିଥିଲେ । ହତ୍ୟା ବା ଦୁଷ୍କର୍ମ ପାଇଁ ସେ ପୂର୍ବ ପ୍ରସ୍ତୁତି କରିନଥିଲା ବୋଲି ସରୋଜ ସ୍ୱୀକାର କରିସାରିଛି ।