ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେଙ୍କ ସ୍ମୃତି ଚାରଣ ସଭାରେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ବିଜେପି ନେତା ତଥା ଓଡ଼ିଶା ସରକାରଙ୍କର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେଙ୍କ ସ୍ମୃତି ଚାରଣ ପାଇଁ, କଟକରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଯାଇଛି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଓଡ଼ିଶାର ମନ୍ତ୍ରୀ ପରିଷଦ, ବିଧାୟକ, ରାଜ୍ୟ ଓ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ବିଭିନ୍ନ ରାଜନୈତିକ ଦଳର ଅନେକ ନେତୃବର୍ଗ ଯୋଗ ଦେଇ ଥିଲେ । କଟକ,ଭୁବନେଶ୍ୱର, ଚୌଦ୍ୱାର ଓ ଖୋର୍ଦ୍ଧାକୁ ନେଇ ଏକ ବୃହତ ଟୁଇନ ସିଟିର ପରିକଳ୍ପନା ସମୀର ଦେ କରିଥିଲେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜନୀତିରେ ଆଗକୁ ବଢିବା ପାଇଁ ସେ ମତେ ପ୍ରେରଣା ଦେଇଥିଲେ ମୁଖ୍ୟମନ୍ତ୍ରୀ କହି ଥିଲେ ।