ପ୍ରତିରକ୍ଷା ବିଭାଗକୁ ଦୁର୍ବଳ କରିବା ପାଇଁ ଅଗ୍ନିପଥ ସ୍ମିମ୍ ଏକ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ : କର୍ଣ୍ଣେଲ ଚୋ÷ଧୁରୀ ସେନାବାହନିୀରେ ଠିକା ନିଯୁକ୍ତିକୁ ଦୃଢ଼ ବିରୋଧ କରେ କଂଗ୍ରେସ
ଭୁବନେଶ୍ୱର, ତା. ୧୨/୦୫ : ଦେଶର ପ୍ରତିରକ୍ଷା ବିଭାଗକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବା ପାଇଁ ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ । ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ଚାଲିଛି ବୋଲି ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ଏକ୍ସ ସର୍ଭିସ୍ମ୍ୟାନ ବିଭାଗର ଅଧ୍ୟକ୍ଷ କର୍ଣ୍ଣେଲ୍ ରୋହିତ୍ ଚୋ÷ଧୁରୀ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ୧୦ ବର୍ଷର ମୋଦୀ ସରକାର ସମୟରେ ଦେଶରେ ଆତଙ୍କବାଦୀ ହମ୍ଲା ବଢ଼ିଛି, ୨୦୦୦ ରୁ ଅଧିକ ଯବାନ ସହିଦ୍ ହୋଇଛନ୍ତିି । ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ୍ ଉକôଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉଦ୍ଧ୍ୱର୍ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି । ତୁଗଲକି ଢ଼ାଂଚାରେ ଚାଲିଥିବା ସରକାରଙ୍କ ମନଇଚ୍ଛା ନିଷ୍ପତି ଯୋଗୁ କାହା ସହିତ ଆଲୋଚନା ନକରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯିବାର ଏକପାଖିଆ ନିଷ୍ପତିକୁ, ଏ ଦେଶର ଯୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ୍ । ପୂର୍ବରୁ ସେନାବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଉଦ୍ଧ୍ୱର୍ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦି ସରକାରଙ୍କ ସମୟରେ ତାହା କମିକମି ୪୦ ହଜାରକୁ ଖସିଆସିଛି । ଆଜି ଦେଶରେ ୩୦ ଲକ୍ଷରୁ ଉଦ୍ଧ୍ୱର୍ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଭିନ୍ନ ବିଭାଗରେ ଖାଲିପଡ଼ିିଛି । ଦେଶର ସେନାବାହିନୀରେ ୩ ଲକ୍ଷରୁ ଉଦ୍ଧ୍ୱର୍ ପଦବୀ ଖାଲି ପଡ଼ିଛି । ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତା’ର ଯୁବକ ଅବସ୍ଥାରେ ଚାକରିରୁ ଅବସର ଦିଆଯାଉଛି ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ୭୫ ବର୍ଷ ବୟସରେ ମଧ୍ୟ ପୁଣି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ । ସାଧାରଣ ଭାବରେ ଜଣେ ସୈନିକ ଅତି କମ୍ରେ ୯ ମାସର ବେସିକ୍ ଟ୍ରେନିଂ ଏବଂ ପରବର୍ତୀ ଅବସ୍ଥାରେ ନିଜର ବିଭାଗ ଅନୁଯାୟୀ ସ୍ପେଷାଲ ଟ୍ରେନିଂ ନେଇଥାନ୍ତି । ଯାହାକି ୪ବର୍ଷ ଯାଏ ଚାଲିଥାଏ ଅର୍ଥାତ ଜଣେ ସୈନିକ ତିଆରି କରିବାପାଇଁ ଅତି କମ୍ରେ ୪ବର୍ଷର ପ୍ରଶିକ୍ଷଣ ନିହାତି ଆବଶ୍ୟକ ପଡ଼ୁଥିବା ବେଳେ ବର୍ତମାନ ଅଗ୍ନିବୀର ମାନଙ୍କ ପାଇଁ ମାତ୍ର ୬ ମାସର ଟ୍ରେନିଂ ଫଳପ୍ରଦ ସାବ୍ୟସ୍ତ ହେବ ନାହିଁ । ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଓ ସମୟ ନମିଳିବାରୁ ସେମାନେ ଯୁଦ୍ଧରେ ଲଢ଼ିବା ପାଇଁ ଅନୁପଯୁକ୍ତ । ଦେଶରେ ଧର୍ମ ନାମରେ ବିଭେଦ ସୃଷ୍ଟି କଲାପରି ସେନାବାହିନୀରେ ଯବାନମାନଙ୍କୁ ନେଇ ବିଭେଦ ସୃଷ୍ଟି କରାଯାଉଛି । ଅଗ୍ନିବୀର୍ ଯୋଦ୍ଧାମାନେ ୱାନ ର୍ୟାଙ୍କ ୱାନ ପେନସନ, ସହିଦ୍ର ଦର୍ଜା, ଅବସରକାଳୀନ ସୁବିଧା ଇତ୍ୟାଦିରୁ ବଂଚିତ ହେଉଛନ୍ତି । ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ କ’ଣ ପାଇଁ ବଂଚିତ ହେବେ । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ବୋଲି କର୍ଣ୍ଣେଲ ଚୋ÷ଧୁରୀ କହିଛନ୍ତି ।
କଂଗ୍ରେସ କ୍ଷମତାକେୁ ଆସିବାର ୨ ମାସ ଭିତରେ ଅଗ୍ନିପଥ ସ୍କିମ୍ର ସଂପୂର୍ଣ୍ଣ ବିଲୋପ କରାଯିବ ସହିତ ଦେଶରେ ଖାଲି ପଡ଼ିଥିବା ୩୦ ଲକ୍ଷ ସରକାରୀ ପଦବୀ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ୩ ଲକ୍ଷ ପଦବୀକୁ ତୁରନ୍ତ ପୁରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ପୁରୁଣା ପେନସନ ବ୍ୟବସ୍ଥାକୁ ଦେଶରେ ଲାଗୁ କରାଯିବା ସହିତ ସେବା ନିବୃତ ସାମରିକ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ଥିବା ସରକାରୀ ଏବଂ ସରକାରୀ ଉଦ୍ୟୋଗ ଗୁଡ଼ିକରେ ଖାଲି ଥିବା ୭ ଲକ୍ଷରୁ ଉଦ୍ଧ୍ୱର୍ ପଦବୀ ପୁରୁଣ କରିବା ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏ.ଆଇ.ସି.ସି. ମିଡ଼ିଆ ସଂଯୋଜକ ପ୍ରଭାତ କୁମାର, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଓ କାର୍ଗିଲ ଯୋଦ୍ଧା ତଥା ଝାରଖଣ୍ଡ ପିସିସି ଏକ୍ସ ସର୍ଭିସ୍ମ୍ୟାନ ବିଭାଗର ଅଧ୍ୟକ୍ଷ ଏଚ୍.ଏନ୍. ଯାଦବ ପ୍ରମୁଖ ଉପସ୍ଥିତ ଥିଲେ
ପ୍ରଶାନ୍ତ କୁମାର ଶତପଥି, ମୁଖପାତ୍ର, ଓପିସିସି