ପଦମପୁର ଉପନିର୍ବାଚନ, ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ

ପଦମପୁର ଉପନିର୍ବାଚନ, ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ

ପଦମପୁର ଉପନିର୍ବାଚନ, ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ

ପଦମପୁର: ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ଭୋଟ୍ ।  ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ନିଜ ମତାଧିକାର ସାବ୍ୟସ୍ଥ କରିଛନ୍ତି । ବାପା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇ ଭୋଟ୍ ଦେଇଛନ୍ତି ବର୍ଷା । ଘରୁ ବାହାରିବା ବେଳେ ବର୍ଷା ବାପାଙ୍କ ଫଟୋକୁ ମୁଣ୍ଡିଆ ମାରି ବିଜୟର ଆଶୀର୍ବାଦ ନେଇଥିଲେ । ଏହାପରେ ସେ ରାଜାପଡ଼ା ସ୍କୁଲରେ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ଥିଲେ । ସେଠାରେ ସେ ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇଥିଲେ । ନିଜ ନମ୍ବର ଆସିବା ପରେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାଇ ପ୍ରମାଣପତ୍ର ଦେଖାଇବା ସହ ଭୋଟ୍ ଦେଇଥିଲେ ।
ବିଜେଡି ପ୍ରାର୍ଥୀ ହେଉଛନ୍ତି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ବିଜୟ ବରିହାଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହେଉଛି ।

ସୂଚନାଯୋଗ୍ୟ, ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।