ପତ୍ନୀଙ୍କ ପାଇଁ ତିଆରି କଲେ କାଠରେ ନଳକୂପ

ପତ୍ନୀଙ୍କ ପାଇଁ ତିଆରି କଲେ କାଠରେ ନଳକୂପ

ପତ୍ନୀଙ୍କ ପାଇଁ ତିଆରି କଲେ କାଠରେ ନଳକୂପ
କେନ୍ଦୁଝର - ପତ୍ନୀ ଘରଠୁ ଅଧାକିଲୋମିଟର ଦୂରକୁ ପ୍ରତିଦିନ ପାଣି ପାଇଁ ଯାଉଥିବାରୁ ପାଣି ଆଣିବାରେ ସମସ୍ୟା ଦେଖାଦେଇଥିଲା। ଏ ନେଇ ତାଙ୍କ ସ୍ୱାମୀ ଏକ ସରୁ ପାଇପକୁ ସଂଯୋଗ କରି ଏକ କାଠରେ ତିଆରି ନଳକୂପରେ ପତ୍ନୀଙ୍କ ହାତ ପାଆନ୍ତାକୁ ପାଣି ଯୋଗାଇ ଦେଇଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ। ତାହା ଆଜି ପ୍ରମାଣିତ କରିଛନ୍ତି କେନ୍ଦୁଝର ଜିଲ୍ଲାର ଜଣେ ଯୁବକ। କେବଳ ସେତିକି ନୁହେଁ ଏହି ନଳକୂପରେ ଗାଁ’ର ୨୦ରୁ ଅଧିକ ଘର ଉପକୃତ ହୋଇଛନ୍ତି। କେନ୍ଦୁଝର ସଦର ବ୍ଲକ୍ ରାଇକଳା ପଞ୍ଚାୟତର ବନେଇକଳା ଗ୍ରାମର ଲକ୍ଷ୍ମୀ ମୁଣ୍ଡା ଏଭଳି ଅନନ୍ୟ କାମ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ଘରମାନଙ୍କରେ ଇଲେକ୍ଟ୍ରିକ୍ ୱାରିଂ ପାଇଁ ବ୍ୟବହାର ହେଉଥିବା ପାଇପ ସାହାଯ୍ୟରେ ଗାଁ ମୁଣ୍ଡ ପୋଖରିରୁ ପାଣି ଆଣି ନିଜଘରେ କାଠରେ ତିଆରି ନଳକୂପ ସାହାଯ୍ୟରେ ନିଜର ଓ ପଡୋଶୀ ମାନଙ୍କର ପାନୀୟ ଜଳର ଅଭାବ ଦୂର କରିପାରିଛନ୍ତି ଆଦିବାସୀ ଯୁବକ। ଏଥିସହ ପାଣି ସମାସ୍ୟା ଦୂରକରି ବଗିଚାରେ ଫାଳାଇ ପାରିଛନ୍ତି ବଡ଼ବଡ଼ ଲାଉ। ପଡୋଶୀମାନେ ମଧ୍ୟ ଏଠାରୁ ପାଣି ନେଇ ପନିପରିବା ଚାଷ କରିପାରୁଥିବା ଜଣାପଡ଼ିଛି। ବିନା ସରକାରୀ ପ୍ରୋତ୍ସାହନରେ ଗାଁ ଲୋକଙ୍କ ପାଇଁ ଏଭଳି କାମ କରିଥିବାରୁ ବର୍ତ୍ତମାନ ଏହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।