ପତ୍ନୀ ବଦଳାଉଥିଲେ ଅସଲି ଡାକ୍ତର, ବାନ୍ଧିଲା ପୁଲିସ

ପତ୍ନୀ ବଦଳାଉଥିଲେ ଅସଲି ଡାକ୍ତର, ବାନ୍ଧିଲା ପୁଲିସ

ପତ୍ନୀ ବଦଳାଉଥିଲେ ଅସଲି ଡାକ୍ତର, ବାନ୍ଧିଲା ପୁଲିସ

ଭୁବନେଶ୍ବର: ଏଥର ଜଣେ ଅସଲି ଡାକ୍ତରଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଗୋଟିଏ ନୁହଁ କି ୨ଟି ୩ଜଣଙ୍କୁ ବିବାହ କରି ବନ୍ଧା ହୋଇଛନ୍ତି। ତାହାପୁଣି ଚାକିରିଆ ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହୋଇ ପତ୍ନୀ ବଦଳାଉଥିଲେ ରସିକିଆ ଡାକ୍ତର ବାବୁ । ପ୍ରଥମେ ଡାକ୍ତରାଣୀ ପରେ ବ୍ୟାଙ୍କର ଓ ତୃତୀୟରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଥିଲେ ।

ଜଣକୁ ବିବାହ ପରେ ଆଉ ଜଣଙ୍କ ପ୍ରେମରେ ପଡି ପତ୍ନୀ ବଦଳାଉଥିଲେ । କିନ୍ତୁ ଛାଡପତ୍ର ନଦେଇ ବିବାହ କରିଥିବାରୁ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ଡାକ୍ତରଙ୍କ ପତ୍ନୀ ବଦଳାଇବା ନିଶାରେ ପଡିଲା ପୂର୍ଣ୍ଣଚ୍ଛେଦ । ଏଭଳି ଅଭିଯୋଗ ଆସିଛି ଏସସିବି ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଆଶିଷ ପଟ୍ଟନାୟକଙ୍କ ବିରୋଧରେ । ଅଭିଯୋଗ ପରେ କମିଶନରେଟ ତାଙ୍କୁ ଗିରଫ କରିଛି ।ସୂଚନାଅନୁଯାୟୀ, ଆଶିଷ ପଟ୍ଟନାୟକ ଏସସିବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ୟ୍ୟରତ । ଡାକ୍ତର ପ୍ରଥମେ ଜଣେ ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କୁ ଛାଡପତ୍ର ଦେଇ ଜଣେ ବ୍ୟାଙ୍କ ଲେଡିଙ୍କୁ ବିବାହ କରିଥିଲେ । ପୁଣି ୨୦୧୯ରେ ଡାକ୍ତର ଜଣଙ୍କ ଜଣେ ଫିଜିଓଥେରାପିଷ୍ଟଙ୍କ ପ୍ରେମରେ ପଡିଯାଇ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ନଦେଇ ତାଙ୍କୁ ବିବାହ କରିଥିଲେ ।ତେବେ ତୃତୀୟ ପତ୍ନୀ ତଥା ଫିଜିଓଥେରାପିଷ୍ଟ ଡାକ୍ତର ବାବୁଙ୍କ କଳାକାହାଣୀ ଜାଣିବାପରେ ତାଙ୍କୁ ଧୋକା ଦେଇଥିବା ଜାଣିବାକୁ ପାଇଥିଲେ । ଏଥି ସହ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେଇନଥିଲେ । ଏନେଇ ଡାକ୍ତରଙ୍କୁ ପଚାରିବାରୁ ତାଙ୍କୁ ବି ଛାଡିଦେବାର ଧମକ ଦେଇଥିଲେ, ଏଥିସହ ତାଙ୍କୁ ଅତ୍ୟାଚାର ଓ ମାରପିଟ୍ ମଧ୍ୟ କରୁଥିଲେ।ଶେଷରେ ସହି ନପାରି ତୃତୀୟ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିବା ପରେ ଡାକ୍ତର ଆଶିଷଙ୍କୁ ଗିରଫ କରାଯାଇଥିଲା ।