ପଞ୍ଜାବ ବିଜେପି ମଧ୍ୟ ନିର୍ବାଚନ ଘୁଞ୍ଚାଇବାକୁ ଦାବି କଲା
ପଞ୍ଜାବ ବିଜେପି ମଧ୍ୟ ନିର୍ବାଚନ ଘୁଞ୍ଚାଇବାକୁ ଦାବି କଲା
ଅମୃତଶର: ବିଜେପି ମଧ୍ୟ ପଞ୍ଜାବ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କରିଛି। ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ନିବେଦନ କରିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିର୍ବାଚନ ଘୁ୍ଞ୍ଚାଇବାକୁ ଚିଠି ଲେଖିଥିଲେ। ୨ ଦିନ ପରେ ଅର୍ଥାତ ଫେବୃଆରୀ ୧୬ରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପି ନିବେଦନ କରିଛି। କାରଣ ଉତ୍ତରପ୍ରଦେଶର ବାରାଣସିରେ ହେବାକୁ ଥିବା ଶ୍ରୀ ଗୁରୁ ରବିଦାଶଙ୍କ ଜୟନ୍ତୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୦ରୁ ଭକ୍ତମାନଙ୍କ ଯାତ୍ରା ଆରମ୍ଭ ହୋଇ ଯିବ। ପ୍ରାୟ ୨୦ ଲକ୍ଷ ଦଳିତ ଭକ୍ତ ସେଠାକୁ ଯିବାର ସମ୍ଭାବନା ରହିଛି। ଫଳରେ ମତଦାନ ପ୍ରକ୍ରିୟାରେ ସେମାନେ ସାମିଲ ହୋଇପାରିବେ ନାହିଁ।
ନିର୍ବାଚନକୁ ଘୁଞ୍ଚାଇ ଦେଲେ ୨୦ ଲକ୍ଷ ଲୋକ ମତଦାନ କରିବାର ସୁଯୋଗ ପାଇବେ। ତେଣୁ ନିର୍ବାଚନ ତାରିଖକୁ ଅନ୍ତତଃପକ୍ଷେ ୬ ଦିନ ଘୁଞ୍ଚାବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ସୂଚନା ମୁତାବକ, ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍ ପାଇଁ ଭୋଟ୍ ପଡିବ। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ।




admin 