ନେପାଳରେ ବର୍ଷା ପ୍ରଳୟ, ୨୧ ମୃତ

ନେପାଳରେ ବର୍ଷା ପ୍ରଳୟ, ୨୧ ମୃତ

ନେପାଳରେ ବର୍ଷା ପ୍ରଳୟ, ୨୧ ମୃତ

ନେପାଳ : ଭାରତର ଉତରାଖଣ୍ଡ ଏବଂ କେରଳରେ ବର୍ଷା ପ୍ରଳୟ କରିବା ପରେ ଏବେ ନେପାଳରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।  ପରେ ଏବେ ନେପାଳରେ ମଧ୍ୟ ବର୍ଷାର ବିତ୍ପାତ ଦେଖାଯାଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଏଯାଏଁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ଏନେଇ ସୂଚନା ଦେଇଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଖୁବ ଖରାପ ପରିସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କାଠମାଣ୍ଡୁରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଅଦିନିଆ ପ୍ରବଳ ବର୍ଷା କାରଣରୁ ସୁଦୁରପଶ୍ଚିମ ପ୍ରାନ୍ତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

ସେହିପରି ନେପାଳର କଞ୍ଚନପୁର, ଡୋଟି, କେଲାଲୀ, ଡଡେଲଧୁରା, ବେତଡୀ ଓ ବଝାଙ୍ଗ ଜିଲାରେ ବର୍ଷା ଜନିତ ବନ୍ୟା ଜଳ କାରଣରୁ ଅଧିକ ପ୍ରଭାବିତ ହୋଇଛି। ଏହାବ୍ୟତୀତ ମହାକାଲୀ, କରନାଲୀ ଓ ସେତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।