ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ  ଓ ସୁରେନ୍ଦ୍ର ସାଏ  ଜୟନ୍ତୀ ପାଳିତ
ବେଲପଡା (ମନୋଜ କୁମାର ମିଶ୍ର) - ଦେଶର ଗୌରବ ତଥା ଓଡିଶାର ଦୁଇଜଣ ବୀର ପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ସରସ୍ୱତୀ ଶିଶୁ ମନ୍ଦିର ବେଲପଡାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ସମିତି ମହାବିଦ୍ୟାଳୟ ଇତିହାସ ଅଧ୍ୟାପକ ଶ୍ରୀ ସୁଦାମ ଚରଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଭାଇଭଉଣୀ ମାନଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଆଚାର୍ଯର୍୍ୟ ପ୍ରତୀକ କୁମାର ଖମାରୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ବିଦ୍ୟାଳୟର ଭାଇଭଉଣୀ ମାନେ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ବିଷୟରେ କହିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜଗଦୀଶ ପୁଟେଲ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଶ୍ରୀ ସଉକି ନନ୍ଦ କାର୍ଯ୍ୟାକ୍ରମ ପରିଚାଳନା କରିଥିଲେ ତଥା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ । ଉକ୍ତ ଦିନ ଅପରାହ୍ମ ଘ.୨.୦୦ମି. ସମୟରେ ବିଦ୍ୟାଳୟର ପୂର୍ବଛାତ୍ର ମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା