ନୃତ୍ୟଶୈଳୀ ପାଇଁ ସିନେଜଗତରେ ସବୁବେଳେ ଚର୍ଚ୍ଚିତ ହ୍ରିତିକ

ନୃତ୍ୟଶୈଳୀ ପାଇଁ ସିନେଜଗତରେ ସବୁବେଳେ ଚର୍ଚ୍ଚିତ ହ୍ରିତିକ

ନୃତ୍ୟଶୈଳୀ ପାଇଁ ସିନେଜଗତରେ ସବୁବେଳେ ଚର୍ଚ୍ଚିତ  ହ୍ରିତିକ

ହ୍ରିତିକ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ବିକ୍ରମ ବେଦା ର ଗୋଟାଏ ଗୀତ ମୁକ୍ତିଲାଭ କରିଛି । ଏହି ଗୀତକୁ ଏବେ ଅଧିକାଂଶ ଗୁଣୁଗୁଣୁ କରି ଗାଉଉନ୍ତି । କେତେଜଣ ଇଷ୍ଟାଗ୍ରାମରେ ଏହି ଗୀତର ତାଳେତାଳେ ନାଚି ରିଲ୍ସ ଅପଲୋଡ କଲେଣି । ୪୮ବର୍ଷୀୟ ହ୍ରିତିକ ନାଚ ଦେଖି ସମସ୍ତେ ତାଜୁବ । ଯୁବକ ସମୟରେ ହ୍ରିତିକଙ୍କ ତାଙ୍କର ଏହି  ନୃତ୍ୟଶୈଳୀ ପାଇଁ ସିନେଜଗତରେ ସବୁବେଳେ ଚର୍ଚ୍ଚିତ ହେଉଥିଲେ । ଏବେ ୪୮ ରେ ପାଦ ଦେଇ ସୁଦ୍ଧା ସେ ଜଣେ ଯୁବକ ଭଳି ମନ ମୋହି ନାଚୁଥିଲେ । ନୃତ୍ୟ ନିଦେ୍ର୍ଧଶିକା ଫରହା ଖାନ କହିଛନ୍ତି , ବଲିଉଡରେ ଶାହରୁଖ ଖାନ ତାଙ୍କର ସବୁଠାରୁ ଭଲ ବନ୍ଧୁ । ଦୁହେଁ  ଅନେକ ଚଳଚ୍ଚିତ୍ରରେ ଏକାଠି  କାମ କରିଛନ୍ତି ।

ହେଲେ ଯଦି ଇଣ୍ଡଷ୍ଟ୍ରିର ସବୁଠୁ ଭଲ ନୃତ୍ୟଅଭିନେତା ଖିଏ ବୋଲି ପଚାରାଯିବ,ତେବେ ସେ ହ୍ରିତିକଙ୍କୁ ପ୍ରଥମ ସ୍ଥାନ ଦେବେ । ନୃତ୍ୟ ପ୍ରବୀଣା ମାଧୁରୀ ଦୀକ୍ଷିତ ମଧ୍ୟ କହିଛନ୍ତି ଯେ ହ୍ରିତିକଙ୍କ ସହ ନୃତ୍ୟରେ ଅନ୍ୟ କେହି ସମକକ୍ଷ ନୁହେଁ । କିଛି ବର୍ଷ ତଳେ କ୍ୟାଟ୍ରିନା କେଫ ଓ ହ୍ରିତିକ ଗୋଟିଏ ଚଳଚ୍ଚିତ୍ରରେ ଗୀତ ଦୃଶ୍ୟ ସୁଟିଂ କରୁଥିଲେ । ହ୍ରିତିକଙ୍କ ସହ  ସେ ଆଦୌ ତାଳ ଦେଇପାରିଲେନି । ବାଧ୍ୟ ହୋଇ ନିଦେ୍ର୍ଧଶକ କେତୋଟି ନୃତ୍ୟ ଦୃଶ୍ୟକୁ ବାଦ ଦେଲେ ।