ନୂଆ ରୂପ ନେବ ୪୬ ପର୍ଯ୍ୟଟନ ସ୍ଥଳ

ନୂଆ ରୂପ ନେବ ୪୬ ପର୍ଯ୍ୟଟନ ସ୍ଥଳ

ନୂଆ ରୂପ ନେବ ୪୬ ପର୍ଯ୍ୟଟନ ସ୍ଥଳ
ଭୁବନେଶ୍ୱର: ରାଜ୍ୟର ୩୬୦ ପର୍ଯ୍ୟଟନ ସ୍ଥଳରୁ ୪୬ଟି ପର୍ଯ୍ୟଟନ ସ୍ଥଳକୁ ଫୋକରେ ରଖିଛି ପର୍ଯ୍ୟଟନ ବିଭାଗ । ଏହି ପର୍ଯ୍ୟଟନ ସ୍ଥଳକୁ ନୂଆ ରୂପ ଦିଆଯିବ । ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳ ଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ରହଣି, ପାନୀୟ ଜଳ, ରାସ୍ତା ଏବଂ ଶୌଚାଳୟର ସୁବିଧା ମିଳିପାରିବ । ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କୋରାପୁଟ, କଞ୍ଜାମ ଭଳି ୧୯ଟି ଜିଲ୍ଲାର ୪୬ଟି ପର୍ଯ୍ୟଟନସ୍ଥଳକୁ ପ୍ରାଥମିକତା ଦିଆଯାଇଛି । ଏ କ୍ଷେତ୍ରରେ ମହିଳାଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଡ଼ôକ ପ୍ରୋତ୍ସାହିତ କରାଯାଉଛି ବୋଲି ବିଭାଗୀୟ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି । ନୂତନ ଭାବେ ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱାଭାବିକ କରିବା ସହ ଆତିଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତା, ଗାଡ଼ି ପାର୍କିଂ, ପାନୀୟ ଜଳ, ଶୌଚାଳୟ, ପୋଷାକ ବଦଳାଇବା ପାଇଁ କକ୍ଷ, ଆବର୍ଜନା ପରିଚାଳନା ବକ୍ସ, ସପିଂ ଷ୍ଟୋର, ଖାଦ୍ୟ ସାମଗ୍ରୀ, କାଫେଟେରିଆ ଓ ପାୱାର ସପ୍ଲାଏ ଭଳି ବିଭିନ୍ନ ସୁବିଧା କରାଯିବାର ଯୋଜନା ରହିଛି । ରାଜ୍ୟର ୪୬ଟି ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଚିଲିକାର ବରକୂଳ, ଖଣ୍ଡଗିରି ଓ ଉଦୟଗିରି, ଧଉଳି, ନନ୍ଦନକାନନ, ଯାଜପୁରର ଉଦୟଗିରି, ରତ୍ନଗିରି, ଲାଗୁଡ଼ି ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ କେନ୍ଦୁଝରର ଘଟଗାଁ, ସାନଘାଗରା, ଖଣ୍ଡାଧାର, ବଡ଼ଘାଗରା ରହିଛି । ଏଥିସହ ମୟୂରଭଞ୍ଜର ଖିଚିଙ୍ଗ, ଜଗତସିଂହପୁରର ପାରାଦ୍ୱୀପ, କଟକର ଧବଳୋଶ୍ୱର ଓ ଲଳିତଗିରି ରହିଥିବା ବେଳେ ସୁନ୍ଦରଗଡ଼ର ଖଣ୍ଡାଧାର, କୋରାପୁଟର ଗୁପ୍ତେଶ୍ୱର ଓ ଡୁଡୁମା ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ମଣ୍ଡାସରୁ, ପୁରୀର ସତ୍ୟବାଦୀ, ପିପିଲି, ରାମଚଣ୍ଡି ଓ ସାତପଡ଼ା ରହିଥିବା ବେଳେ ଗଞ୍ଜାମର ଗୋପାଳପୁର, ରମ୍ଭା ଅଞ୍ଚଳର ଉନ୍ନତିକରଣ କରାଯିବ । ଗଜପତିର ଜିରାଙ୍ଗ, ବରଗଡ଼ର ନୃସିଂହନାଥ, ବଲାଙ୍ଗୀରର ହରିଶଙ୍କର, ରାଣୀପୁର ଏବଂ ଭୀମଡୁଙ୍ଗୁରି, ଚାନ୍ଦିପୁର, ରେମୁଣା, ପଞ୍ଚ ଲିଙ୍ଗେଶ୍ୱର, ତାଳସାରୀ ରହିଥିବା ବେଳେ ସୁବର୍ଣ୍ଣପୁରର ସ୍ୱର୍ଣ୍ଣପୁର , ଅନୁଗୁଳର ଦେଉଳଝରି ଓ ଟିକରପଡା ରହିଥିବା ବେଳେ ଢେ଼ଙ୍କାନାଳର ଯୋରନ୍ଦା, ସପ୍ତଶଯ୍ୟା, କପିଳାସ ରହିଛି । ଏଥିସହ ନୟାଗଡ଼ର ବାରମୂଳ ଓ ଓଢ଼ଙ୍ଗ ପର୍ଯ୍ୟଟନ କ୍ଷେତ୍ର ବିଭାଗ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ୱ ଦେଇଛି । ଚିଲିକା ଓ ଭିତରକନିକାରେ ଥିବା ବୋଟଗୁଡ଼ିକ ମରାମତି କରାଯିବ ।