ଜାଣନ୍ତୁ କନ୍ଦମୂଳର ସ୍ୱାସ୍ଥ୍ୟ ପ୍ରତି କଣ କଣ ଉପକାରିତା ରହିଛି

ଜାଣନ୍ତୁ କନ୍ଦମୂଳର ସ୍ୱାସ୍ଥ୍ୟ ପ୍ରତି କଣ କଣ ଉପକାରିତା ରହିଛି

ଜାଣନ୍ତୁ କନ୍ଦମୂଳର ସ୍ୱାସ୍ଥ୍ୟ ପ୍ରତି କଣ କଣ ଉପକାରିତା ରହିଛି
ଅଧିକାଂଶ ଲୋକମାନେ କନ୍ଦମୂଳ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। କିଛି ଲୋକମାନେ କନ୍ଦମୂଳକୁ ଚାଟ୍ ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି। ଅନ୍ଯ ଚଟପଟା ଖାଦ୍ୟ ଖାଇବା ବ୍ୟତୀତ କନ୍ଦମୂଳ ଖାଇବା ଭଲ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ, ଯାହା ଶରୀରକୁ ଶକ୍ତି ଦେବା ସହ ଉତ୍ତମ ରଖିଥାଏ। ତେବେ ଆସନ୍ତୁ ଜାଣିବା କନ୍ଦମୂଳର ଅନ୍ୟ ଫାଇଦା ସମ୍ପର୍କରେ। ପେଟକୁ ଥଣ୍ଡା ରଖେ କନ୍ଦମୂଳ ଭୋଜନ ପରେ କିଛି ଲୋକମାନଙ୍କ ଛାତିରେ ଜଳନ ହୋଇଥାଏ କିମ୍ବା ପେଟ ଓଜନ ଲାଗିଥାଏ। କନ୍ଦମୂଳ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଏଥିସହ କନ୍ଦମୂଳ ଖାଇବା ଦ୍ୱାରା ପେଟରେ ଜଳନ ଏବଂ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ। ଓଜନକୁ ନିୟନ୍ତ୍ରଣରେ ରଖେ କନ୍ଦମୂଳ ଆମ ଶରୀରରେ ଗୁଡ୍ ଏବଂ ବ୍ୟାଡ ଦୁଇ ପ୍ରକାର ଫ୍ୟାଟ ରହିଥାଏ। ଅଧିକ ମସଲା ଏବଂ ତେଲିଆ ଯୁକ୍ତ ଖାଦ୍ଯ ଖାଇବା ଦ୍ବାରା ଶରୀରରେ ବ୍ୟାଡ ଫ୍ୟାଟ ଜମା ହୋଇଥାଏ। ଗୁଡ୍ ଫ୍ୟାଟ ହେଉଛି, ଯେଉଁଥିରେ ଆମ ଶରୀରକୁ ଶକ୍ତି ଏବଂ ବଳ ମିଳିଥାଏ। ଏହି କାରଣରୁ ଯେଉଁ ଲୋକମାନେ ଭାବୁଛନ୍ତି କନ୍ଦମୂଳ ଖାଇବା ଦ୍ୱାରା ଓଜନ ବଢିଥାଏ ତାହା ସମ୍ପୂର୍ଣ୍ଣ ଭୁଲ୍। ବରଂ ଡାଏଟ୍ ଚାଟ୍ ରେ କନ୍ଦମୂଳ ଖାଇବା ଲାଭ ମିଳିଥାଏ। କାରଣ ଏହା ଅଧିକ ସମୟ ପର୍ଯ୍ୟନ୍ତଭୋକୁ ନିୟନ୍ତ୍ରଣରେ ରଖିଥାଏ।