ନୂଆ ଟ୍ୟାକ୍ସ, ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ
ନୂଆ ଟ୍ୟାକ୍ସ, ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ
ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କୁ ଟ୍ୟାକ୍ସ ବ୍ୟବସ୍ଥାରେ ମିଳିଛି ଖୁସି ଖବର। ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟରେ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ୧୫ ଲକ୍ଷରୁ ଅଧିକ ରୋଜଗାର ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ବ୍ୟବସ୍ଥା କରାଯାଇଛି। ସୀତାରମଣ ବଜେଟ ଉପସ୍ଥାପନ ସମୟରେ ଏହି ଘୋଷଣା କରିଛନ୍ତି। ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ଶେଷ କରାଯାଇଛି। ସବୁଠାରୁ ବଡ଼ ଖବର ହେଲା ଇନ୍କମ୍ ଟ୍ୟାକ୍ସ ରିହାତି ୩ ଲକ୍ଷରୁ ବଢ଼ି ୭ ଲକ୍ଷ କରାଯାଇଛି। ଅର୍ଥାତ ୦ରୁ ୩ ଲକ୍ଷ ପର୍ୟ୍ୟନ୍ତ ଆୟ ଲାଗି କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ସେହିପରି ୩ରୁ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୫ ପ୍ରତିଶତ, ୬ରୁ ୯ ଲକ୍ଷ ୧୦ ପ୍ରତିଶତ ପର୍ୟ୍ୟନ୍ତ ୯ରୁ ୧୨ ଲକ୍ଷ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ୨୦ ପ୍ରତିଶତ ଟ୍ୟାକ୍ସ ବ୍ୟବସ୍ଥା କରାଯାଇଛି। ଇନ୍କମ୍ ଟ୍ୟାକ୍ସର ସ୍ଲାବ୍କୁ ବଢ଼ାଯାଇଛି। ବଜେଟ୍ରେ ମିଳିଥିବା ସୂଚନା ଅନୁଯାୟୀ ସୁନା ମଙ୍ଗା ହୋଇଛି। ସେହିପରି ସିଗାରେଟ୍, ଚାନ୍ଦିରେ ତିଆରି ପାତ୍ର, ପ୍ଲାଟିନମ୍ ଉପରେ କଷ୍ଟମ୍ ଡ୍ୟୁଟି ବଢ଼ାଯାଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ହୋଇଥିବା ସୂଚନା ମିଳୁଛି। ଚାନ୍ଦିର ସାମଗ୍ରୀ ମଧ୍ୟ ବଢ଼ିଥିବା ସୂଚନା ମିଳଛି। ସଗାରେଟ୍ ଉପରେ କଷ୍ଟମ୍ସ ଡ୍ୟୁଟି ବଢ଼ାଯାଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ହେଉଥିବା ସୂଚନା ମିଳୁଛି।
ତେବେ ଚଳିତ ବଜେଟରେ ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଘୋଷଣା କରାଯାଇଛି । ସେହିପରି କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା କରାଯାଇଛି । ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି କରାଯାଇଛି । ସହରାଞ୍ଚଳ ବିକାଶ ପାଇଁ ଅର୍ବାନ ଇନଫ୍ରା ଫଣ୍ଡର ଘୋଷଣା କରାଯାଇଛି । ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ୫୦ଟି ନୂଆ ଏୟାରପୋର୍ଟ, ହେଲି ପ୍ୟାଡ ପ୍ରତିଷ୍ଠା କରାଯିବ । କେୱାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ।




admin 