ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ

ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ

ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ
ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଏକ ଇଣ୍ଟରପୋଲ ନୋଟିସ ଜାରି କରାଯାଇଛି । ଏକ ଅର୍ଥ ହେରଫେର ମାମଲାରେ ଇଣ୍ଟରପୋଲ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ନେଇ ପଳାୟନ କରିଥିବା ନୀରବ ମୋଦିଙ୍କ ପତ୍ନୀଙ୍କ ନାମରେ ଭାରତରେ ରହିଥିବା ଏକ ଆର୍ଥିକ ହେରଫେର ମାମଲା କାରଣରୁ ଏହି ରେଡକର୍ଣ୍ଣର ନୋଟିସ ଜାରି କରାଯାଇଥିବା ଜଣାପଡିଛି । ନୀରବ ମୋଦି ଗିରଫ ହୋଇ ଲଣ୍ଡନର ଜେଲରେ ରହିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ପୂର୍ବରୁ ଇଣ୍ଟରପୋଲ ପକ୍ଷରୁ ନୀରବଙ୍କ ଭାଇ ନେହାଲ ଏବଂ ଭଉଣୀ ପୂର୍ବୀଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା ।