ନିୟମିତ ବାଇଗଣ ଖାଇଲେ ଶର୍କରା ନିୟନ୍ତ୍ରଣ ହେବ

ନିୟମିତ ବାଇଗଣ ଖାଇଲେ ଶର୍କରା ନିୟନ୍ତ୍ରଣ ହେବ

ନିୟମିତ ବାଇଗଣ ଖାଇଲେ ଶର୍କରା ନିୟନ୍ତ୍ରଣ ହେବ
ବିଭିନ୍ନ ପନିପରିବା ମଧ୍ୟରୁ ବାଇଗଣ ହେଉଛି ଅନ୍ୟତମ । ଏହି ପରିବାକୁ କିଏ ପୋଡ଼ି ଖାଏ ତ କିଏ ତରକାରୀ କରି ଖାଏ । ବାଇଗଣରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ବି ପ୍ରସ୍ତୁତ କରାଯାଏ । ଏ ସବୁକୁ ବାଦ ଦେଲେ ଏହା ଆମର ଚିକିତ୍ସା କ୍ଷେତ୍ରରେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । କିଛି ଲୋକ ଏହି ପରିବାକୁ ନାପସନ୍ଦ କରୁଥିବାରୁ ଏବେଠାରୁ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ବିଶ୍ୱର ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇଥାନ୍ତି । ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ବ୍ୟବହାର ହୋଇଥାଏ । ଜାପାନରେ ଏହାକୁ ଆମିଷ ତରକାରୀ ସହ ରନ୍ଧାଯାଏ । ନିକଟରେ ଆମେରିକୀୟ ଗବେଷକ କରିଥିବା ସେମାନଙ୍କ ଗବେଷଣାରୁ ନିଶ୍ଚିତ ହୋଇଛନ୍ତି ଯେ ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ । ବାଇଗଣ ଭର୍ତ୍ତାରେ ଛୋଟ ଚାମଚରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ । ତରକାରିରେ ଏହା ଖାଇବା ଖୁବ୍ ଲାଭ ପ୍ରଦ । ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ସମପରିମାଣରେ ମିଶାଇ ପିଇଲେ ଅମ୍ଳ ରୋଗରୁ ରକ୍ଷା ମିଳେ । ଏହାକୁ ନିୟମିତ ଖାଇଲେ ଶର୍କରା ନିୟନ୍ତ୍ରଣରେ ରହିଥାଏ ବୋଲି ଗବେଷକମାନେ କହିଛନ୍ତି ।