ନିୟମ ବଦଳିବାକୁ ଯାଉଛି : ରାସ୍ତାରେ ଡାହାଣ କଡେ଼ ଚାଲିବାକୁ ପଡ଼ିବ

ନିୟମ ବଦଳିବାକୁ ଯାଉଛି : ରାସ୍ତାରେ ଡାହାଣ କଡେ଼ ଚାଲିବାକୁ ପଡ଼ିବ

ନିୟମ ବଦଳିବାକୁ ଯାଉଛି : ରାସ୍ତାରେ ଡାହାଣ କଡେ଼ ଚାଲିବାକୁ ପଡ଼ିବ
ଭୁବନେଶ୍ୱର : ଆମେ ସମସ୍ତେ ଜାଣିଛେ ରାସ୍ତାର ବାମ ପଟେ ହିଁ ଚାଲିକି ଯିବା କଥା । କିନ୍ତୁ ଏବେ ଏହି ନିୟମ ବଦଳିବାକୁ ଯାଉଛି । ରାସ୍ତାର ବାମ ପାଶ୍ୱର୍ରେ ନୁହେଁ, ଦକ୍ଷିଣ ବା ଡାହାଣ ପାଶ୍ୱର୍ରେ ହିଁ ଯିବାକୁ ପଡ଼ିବ । କେନ୍ଦ୍ର ସରକାର ଏଭଳି ବିଜ୍ଞପ୍ତି ଜାରି କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ରର ବିଜ୍ଞପ୍ତି ଅନୁଯାୟୀ, ପଥଚାରୀମାନେ ରାସ୍ତାର ଡାହାଣ ପଟେ ଚାଲିବେ । ଯେଉଁଠାରେ ଫୁଟପାଥ ରାସ୍ତା ନଥିବ ସେଠାରେ ପଦଚାରୀଙ୍କ ଲାଗି ଡାହାଣ ପଟେ ଚାଲିବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଯୁକ୍ତି ଦର୍ଶାଯାଇଛିଯେ, ଯଦି ଜଣେ ବ୍ୟକ୍ତି ରାସ୍ତାର ବାମ ପଟେ ଚାଲୁଛନ୍ତି ତେବେ ତାଙ୍କ ପଛରୁ ଆସୁଥିବର ଗାଡ଼ିକୁ ସେ ଦେଖପାରିବେ ନାହିଁ । ଫଳରେ ଗାଡ଼ି ପଛ ପଟରୁ ଆସି ଧକ୍କା ଦେବାର ଆଶଙ୍କା ରହିଛି । ତେବେ ଯଦି ଜଣେ ବ୍ୟକ୍ତି ରାସ୍ତାର ଡାହାଣ ପଟେ ଚାଲୁଥା’ନ୍ତି ତେବେ ସେ ସାମ୍ନା ପଟୁ ଆସୁଥବା ଗାଡ଼ିକୁ ଦେଖି ନିଜେ ସତର୍କ ହୋଇପାରିବେ । ଏହି ଆଧାରରେ ଷଷ୍ଠ ଶ୍ରେଣୀ ପାଠ୍ୟ ପୁସ୍ତକରେ ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା’ ବିଷୟ ବି ରହିଛି । ଏଥିରେ ରାସ୍ତାର ଡାହାଣ କଡେ଼ ଚାଲିବା ଉଚିତ ବୋଲି ଦର୍ଶାଯାଇଛି । ଖୁବଶୀଘ୍ର ଏନେଇ ସଚେତନତା ସୃଷ୍ଟି କରାଯିବ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ପ୍ରକାଶ କରିଛନ୍ତି ।