ନିୟମ ନମାନି ଫାଇନ ଦେଲେ ଅପରାଜିତା ।

ନିୟମ ନମାନି ଫାଇନ ଦେଲେ ଅପରାଜିତା ।

ନିୟମ ନମାନି ଫାଇନ ଦେଲେ ଅପରାଜିତା ।
ଫାଇନ ଦେଲେ ଅପରାଜିତା । କୋଭିଡ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସ୍ୱେଚ୍ଛାକୃତଭାବେ ଫାଇନ ଦେବା ନେଇ ଶ୍ରୀମତୀ ଷଡ଼ଙ୍ଗୀ ଟ୍ୱିଟ କରି ଜଣାଇଛନ୍ତି । ଏହାଛଡ଼ା ଲୋକଙ୍କୁ ଆବେଗକୁ ସମ୍ମାନ ଜଣାଉଛନ୍ତି, ଏହା ଭଲ ଲକ୍ଷଣ ବୋଲି ସେ କହିଛନ୍ତି । ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଏହାକୁ କଡ଼ାକଡ଼ା ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଗତକାଲି ସାଂସଦ ଏହାକୁ ଉଲ୍ଲଂଘନ କରିଥିଲେ । ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ । ସେଠାରେ କିଛି ବିଜେପି ନେତା ଓ କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ । ଏପରିକି ବହୁ କର୍ମୀ ଅପରାଜିତାଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ । ଯେଉଁଠାରେ ସାମାଜିକ ଦୂରତ୍ୱର ନା ଗନ୍ଧ ବି ନଥିଲା ।