ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

ଭୁବନେଶ୍ୱର: ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ  ପ୍ରଥମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ  ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧ ତାରିଖରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ।

ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ୧୨ ତାରିଖ ଓ ଉପାଧ୍ୟକ୍ଷ ପାଇଁ ୨୩ ତାରିଖରେ ମତଦାନ ହେବ । ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ଓ ୨୫ ତାରିଖରେ ଉପସଭାପତି ପାଇଁ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।